Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରିଟିଶ୍ ରାସ୍ତାରେ ଦୁର୍ଘଟଣା କୁ ନେଇ ମୃତ୍ୟୁ ପରିବାର ହରଡ଼ଘଣାରେ ଓଡିଶା ପ୍ରଶାସନ ହସ୍ତକ୍ଷେପ ପରେ ଦୀର୍ଘ ସମୟ ଧରି ପଡି ରହିଥିବା ଶବ ହେଲା ବ୍ୟବଚ୍ଛେଦ

ପଟ୍ଟାଙ୍ଗି୨୭/୧୧ପଡୋଶୀ ଆନ୍ଧ୍ର ଓଡିଶା ର ସୀମାନ୍ତ ଗ୍ରାମ ମାନଙ୍କରେ ଅନୁପ୍ରବେଶ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ଦୁଇ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି କରି ଓଡିଶା ର ପ୍ରଶାସନିକ ଅଧିକାରୀ ମାନଙ୍କ ପାଇଁ ଅନେକ ସମୟରେ ଚିନ୍ତା ବଢାଇ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି । କିନ୍ତୁ ଏବେ ଉନ୍ନୟନ ମୂଳକ କାର୍ଯ୍ୟ ନକରି ଆଇନ୍ କୁ ନେଇ ବିବାଦ ସୃଷ୍ଟି କରିବା କୁ ପ୍ରଚେଷ୍ଟା କରୁଥିବା ସମୟରେ ଓଡ଼ିଶାର ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଆନ୍ଧ୍ର କୁ ଉଚିତ୍ ଜବାବ ଦେଇଥିବା ଦେଖିବା କୁ ମିଳିଛି । ଏହିପରି ଏକ ଦୃଶ୍ୟ ଦେଖିବା କୁ ମିଳିଥିଲା ସୀମାନ୍ତ ଅଞ୍ଚଳରେ ହୋଇଥିବା ଦୁର୍ଘଟଣା କୁ ନେଇ ଓଡ଼ିଶାର ଲୋକେ ପଢିଥିଲେ ହରଡ଼ଘଣାରେ । ମୃତଦେହ ବ୍ୟବଚ୍ଛେଦ ନହୋଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପଡି ରହିଥିବା ବେଳେ ଓଡିଶା ବ୍ଲକ ପ୍ରଶାସନ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ବିବାଦ ସୃଷ୍ଟି ହେବା ପୂର୍ବରୁ ଶବ ବ୍ୟବଚ୍ଛେଦ କରାଇବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିଥିଲା । ସୂଚନା ମୁତାବକ ସୋମବାର କୋଟିଆ ପଞ୍ଚାୟତ ର ନେରିଡିବାଲସା ଗ୍ରାମକୁ ବ୍ଲକ ସଦର ମହକୁମାରୁ ସଂଯୋଗ କରୁଥିବା ବ୍ରିଟିଶ୍ ରାସ୍ତାର ଏକ ଘାଟି ରାସ୍ତାରେ ପିକପ୍ ଭ୍ୟାନ୍ ଦୁର୍ଘଟଣା ହୋଇ ଶତାଧିକ ଶ୍ରମିକ ଆହତ ହୋଇ ଚିକିତ୍ସା ଧିନ ରହିଥିବା ବେଳେ ସବିତା ଖିଲ ନାମକ ଜଣେ ଯୁବତୀ ଙ୍କ ମୃତ୍ୟୁବରଣ ଘଟିଥିଲା । ଯାହାକି ମୃତଦେହ ବ୍ୟବଚ୍ଛେଦ ନହୋଇ ଓଡ଼ିଶାର ପଟ୍ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପଡି ରହିଥିବା ବେଳେ ଦୁର୍ଘଟଣା ସ୍ଥାନଟି ଓଡ଼ିଶାର କୋଟିଆ ପୋଲିସ ଅଧିନରେ ଯାଉଥିଲେ ମଧ୍ୟ ଉକ୍ତ ପୋଲିସ ଏହା ଆମର ନୁହେଁ ପଟ୍ଟାଙ୍ଗି ପୋଲିସ ର କହି ନିଜ ମୁଣ୍ଡରୁ ଦାଇତ୍ଵ ହଟାଇ ଦେଇଥିଲା । ସେପଟେ ଦୁର୍ଘଟଣା ସ୍ଥାନଟି ସୀମାନ୍ତ ବିବାଦୀୟ ଅଞ୍ଚଳର ହୋଇଥିବା ନେଇ ପଟ୍ଟାଙ୍ଗି ପୋଲିସ ଏହା ଆମର ନୁହେଁ ଆନ୍ଧ୍ର ରାଜ୍ୟର ସାଲୁର ପୋଲିସ ଅଧିନରେ ଯାଉଥିବା କହି ନିଜେ ପଡିଥିଲା ଦ୍ୱନ୍ଦରେ । ଏହିପରି ବୁଝାମଣା ଅଭାବ ଯୋଗୁଁ ଶବ ବ୍ୟବଚ୍ଛେଦ ନହୋଇ ଦୀର୍ଘ ୧୫ରୁ ୧୬ଘଣ୍ଟା ପଡି ରହିଥିବା ବେଳେ ମୃତକଙ୍କ ପରିବାର କ୍ଷେତ୍ରରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାପା ଉତେଜନା ପ୍ରକାଶ ପାଇଥିଲା । ଯାହାକି ଓଡିଶାର ପ୍ରଶାସନ କ୍ଷେତ୍ରରେ ଚିନ୍ତା ବଢାଇ ଦେଇଥିଲ । ଶେଷରେ ମଙ୍ଗଳବାର ବ୍ଲକ ପ୍ରଶାସନ ତଥା ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ , କୋଟିଆ ପଞ୍ଚାୟତ ପିଇଓ କଣ୍ଡା ଗଲୋରି , ଦିବାକର ପୁରୋହିତ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ପଡି ରହିଥିବା ଶବ କିପରି ବ୍ୟବଚ୍ଛେଦ ହୋଇ ପାରିବ ସେନେଇ ସ୍ୱାସ୍ଥ୍ୟ କେନ୍ଦ୍ର କତ୍ରୁପକ୍ଷ ଙ୍କ ସହ ଏବଂ ପଟ୍ଟାଙ୍ଗି ପୋଲିସ ସହ ଆଲୋଚନା କରି ବ୍ୟବଚ୍ଛେଦ କରାଇବା ପାଇଁ ବ୍ୟବସ୍ଥା କରାଇଥିଲେ । ଅନ୍ୟପକ୍ଷରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ପାଇବାରେ ଦ୍ୱନ୍ଦରେ ରହିଥିବା ପଟ୍ଟାଙ୍ଗି ପୋଲିସ ମୃତ ଯୁବତୀ ଙ୍କ ବଡ଼ ଭାଇ ରାଜୁ ଖିଲ ଙ୍କ ଠାରୁ ଲିଖିତ ଅଭିଯୋଗ ଗ୍ରହଣ କରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବାରେ ସହଯୋଗ କରି ତଦନ୍ତ ଆରମ୍ଭ କରିଥିଲା । ଏଠାରେ ସୂଚନା ଥାଉକି ସୋମବାର ଉକ୍ତ ଘାଟି ରାସ୍ତାର କୁମ୍ବିମାଡା ଗ୍ରାମ ନିକଟରେ ପିକପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ବେଳେ ୨୫ ଶ୍ରମିକ ଆହତ ହୋଇଥିବା ସହ ଉପରୋକ୍ତ ଯୁବତୀ ଙ୍କ ମୃତ ଘଟିଥିଲା । ଏହି ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ଜିଲ୍ଲା ପରିଷଦ ସଭ୍ୟ ଲଇଚନ ଖରା , ନୁଆଁଗା ସରପଞ୍ଚ ସୁବାଷ ଖରା , ମାଳିପୁଟ ସରପଞ୍ଚ ସୋମନାଥ ଗୁଣ୍ଠା ପ୍ରମୁଖ ପହଞ୍ଚି ଶବ ବ୍ୟବଚ୍ଛେଦ ହେବା ନିମନ୍ତେ ପ୍ରଶାସନ କୁ ସହଯୋଗ କରିଥିଲେ । ଏନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁ ଙ୍କୁ ଯୋଗାଯୋଗ କରାଯିବାରୁ ପୋଲିସ ପକ୍ଷରୁ ଶବ ଚାଲାଣ ରିପୋର୍ଟ ପହଞ୍ଚି ନଥିବାରୁ ବ୍ୟବଚ୍ଛେଦ ରେ ବିଳମ୍ବ ହେଉଥିବା ପ୍ରକାଶ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ