Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସମସ୍ୟାକୁ ନେଇ ଚତୁର୍ଥ ଶ୍ରେଣୀ କର୍ମଚାରିଙ୍କ ବୈଠକ

କୋରାପୁଟ ଜିଲ୍ଲା ବନ୍ଧୁଗାଁଠାରେ ଚତୁର୍ଥ ଶ୍ରେଣୀ ଗ୍ରାମପଞ୍ଚାୟତ ସଂଘ ସଭାପତି ଗାଣ୍ଟା ସୁବାରାଓଙ୍କ ଅଧକ୍ଷତାରେ ଆଠଟି ଦାବିନେଇ ଆଜି ଅଗ୍ନି ଗଙ୍ଗାମା ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଜାଇଛି।ବ୍ଲକରେ ଥିବା ୧୩ଟି ପଞ୍ଚାୟତର ସମସ୍ତ ଚତୁର୍ଥ ଶ୍ରେଣି କର୍ମଚାରି ମାନେ ସଫେଇ ଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରୁହନ୍ତି।ସ୍ଵଳ୍ପ ବେତନରେ ଏସବୁ କାର୍ଯ୍ୟ କରିବା କଷ୍ଟକର।
ଛୁଟି ଦିନ ଛାଡି ଦେଲେ ଦୈନିକ ହିସାବରେ ଜାହା ପାରୀଶ୍ରମିକ ମିଳୁଛି ସେଥିରେ ପରିବାର ଚଳାଇବା କଷ୍ଟ ସାଧ୍ୟ।ପିଲାଙ୍କ ପାଠ ପଢାରେ ବାଧା,ଦେହପା ଖରାପ ହେଲେ ଚିକିସ୍ଛାରେ ବାଧା,ଏମିତି କେତେ ଦିନ ଆମେ ପିଲା ଛୁଆଙ୍କୁ ଧରି ଏହି ମହରଗ ଦୁନିଆରେ ଚଳିବା।ଏନେଇ ଆଗାମି ଦିନରେ ସମୁହ ଏକତ୍ରୀତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେସ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଜିବ।ଦାବି ପୁରଣ ନହେଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଜିବ ବୋଲି ଆଲୋଚନା ହୋଇଥିଲା।ଏଥିରେ ସଂଘର ସମ୍ପାଦକ କାର୍ତ୍ତିକ ପୂଜାରୀ, କୋଷାଧକ୍ଷ ମାର୍କଣ୍ଡ ମହାନନ୍ଦିଆ ସହ ଚତୁର୍ଥ ଶ୍ରେଣୀ କର୍ମଚାରି ମାନେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ