Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ପିଇଟି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର: ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ପିଇଟି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । ଆହତ ଶିକ୍ଷକ ହେଲେ ସତ୍ୟ ନାରାୟଣ ପଟେଲ। ସତ୍ୟ ନାରାୟଣ ବୁରୋମୁଣ୍ଡା ହାଇସ୍କୁଲର ପିଇଟି ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ବଲାଙ୍ଗୀର ଜିଲ୍ଲା ତଲିଉଡ଼ ଗାଁ ନିକଟରେ ଏହି ଘଟଣା ଘଟିଛି ।

ଗତକାଲି ସତ୍ୟ ନାରାୟଣ ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିଲେ । ଏହି ସମୟରେ ତଲିଉଡ଼ ଗାଁ ନିକଟରେ ଦୁଇଟି ବାଇକରେ ଚାରି ଜଣ ଯୁବକ ଆସି ହଠାତ୍ ତାଙ୍କୁ ଲୁହା ରଡ଼ ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଶିକ୍ଷକଙ୍କ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏନେଇ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ ହୋଇଛି ।  ତେବେ ଶିକ୍ଷକଙ୍କୁ କିଏ ଓ କାହିଁକି ଆକ୍ରମଣ କଲା ତାହା ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ