Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୀର ମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ଉପଖଣ୍ଡ ର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କ୍ଷେମାଲୋଏ କ୍ଲଷ୍ଟର ର ଚାରି ଜଣ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅଯତ୍ନ ଦାଶଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଉଲୁଣ୍ଡାର ବରିଷ୍ଠ ଶିକ୍ଷାଧିକାରୀ ଶାନ୍ତନୁ କୁମ୍ଭକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ କ୍ଷେମାଲୋଏ ସରପଞ୍ଚ ଯଶୋବନ୍ତ ପଣ୍ଡା, ଲସ୍ତଲା ସରପଞ୍ଚ ମିତାଲି ମହାକୁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏ ଅବସରରେ ଅବସର ଗ୍ରହଣ କରିଥିବା କ୍ଷେମାଲୋଏ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଗାଈଗାରିଆ, ପିପଲକଟା ବିଦ୍ୟାଳୟର ଭୁବନେଶ୍ୱର କର୍ଣ୍ଣ, ସିନ୍ଧିରିଆ ବାହାଲ ସ୍କୁଲର ସନ୍ତୋଷ ପୁରୋହିତ, ମାଉଲିମାଲ ବିଦ୍ୟାଳୟର ଶ୍ରୀପତି ପୁରୋହିତଙ୍କୁ ସମର୍ଦ୍ଧିତ କରାଯାଇଥିଲା l ଶେଷରେ ବରିଷ୍ଠ ଶିକ୍ଷକ ଜନାର୍ଦ୍ଦନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଧାନ ଶିକ୍ଷକ ଆମର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l