Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ ର ନୂତନ କର୍ମକର୍ତା ଜିଲ୍ଲାପାଳ ଓ ଏସପି ଙ୍କୁ କଲେ ସୌଜନ୍ୟ ମୂଳକ।

କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ ର ନୂତନ କର୍ମକର୍ତା ଜିଲ୍ଲାପାଳ ଓ ଏସପି ଙ୍କୁ କଲେ ସୌଜନ୍ୟ ମୂଳକ ସାକ୍ଷାତ ଲକ୍ଷ୍ମୀପୁର ୦୩/୧୨ ଓ ୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ନେଇ ଜିଲ୍ଲା ସଭାପତି ଶଶଧର ରାଉତ ଙ୍କ ନେତୃତ୍ୱ ରେ ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ମିଶ୍ର ଙ୍କ ସହଯୋଗ ରେ ମଙ୍ଗଳବାର କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ବରାଜ ସୀସାଙ୍କ ସହ ସୌଜନ୍ୟତା ମୂଳକ ସାକ୍ଷାତ କରି ପୁଷ୍ପ ଗୁଛ ପ୍ରଦାନ କରିଥିଲେ। ନବ ନିର୍ବାଚିତ ଓୟୁଜେ ସହ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ ର ଉପ ସଭାପତି ମୁରଲୀ ଧର ବରାଡ, ଜଗତ ଜୀବନ କୋଚିମ, ସାଂଗଠନିକ ସମ୍ପାଦକ ପରମେଶ୍ବର ସାହୁ, ଯୁଗ୍ମ ସମ୍ପାଦକ ତ୍ରିନାଥ ଖରା ପ୍ରମୁଖ ତିନି ଅଧିକାରୀଙ୍କୁ ସୌଜନ ମୂଳକ ସାକ୍ଷାତ କରି ପ୍ରସାଶନ ଓ ସାମ୍ବାଦିକ ମାନଙ୍କ ମଧ୍ୟରେ କିଭଳି ସୁସମ୍ପର୍କ ସ୍ଥାପନ ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ନୂତନ ଜିଲ୍ଲା ସାମ୍ବାଦିକ ସଙ୍ଘ କର୍ମକର୍ତାଙ୍କୁ ଜିଲ୍ଲପାଳ, ଏସପି, ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଥିଲେ। ଜିଲ୍ଲାପାଳ ଶ୍ରୀ ଭାସନ୍ ପ୍ରଶାସନ ଓ ଗଣମାଧ୍ୟମ ମିଳିତ ହୋଇ କାର୍ଯ୍ୟ କରିବା ଯଦ୍ୱାରା କୋରାପୁଟ ଜିଲ୍ଲାର ବିକାଶ ହେବ ବୋଲି କହିଥିଲେ। ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଗଣ ମାଧ୍ୟମ ଶାସନ ବ୍ୟବସ୍ଥାର ଚତୁର୍ଥ ସ୍ଥମ୍ୱ,ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ ପୁଲିସ ଓ ଗଣ ମାଧ୍ୟମ ମିଳିତ ହୋଇ କାର୍ଯ୍ୟ କରିବା ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୀସା ସୂଚନା ଆଦାନ ପ୍ରଦାନ ସହ ସାମ୍ବାଦିକଙ୍କ ସୁରକ୍ଷା ଲାଗି ଲୋକ ସମ୍ପର୍କ ବିଭାଗ ସହ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ସଂଗଠିତ ହୋଇ କାର୍ଯ୍ୟ କରିବା ବୋଲି ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ସଙ୍ଘ ତରଫରୁ ତୁରନ୍ତ ଜିଲ୍ଲାର କର୍ମଜୀବି ସାମ୍ବାଦିକ ଚି଼ହ୍ନଟ ପ୍ରକ୍ରିୟା ତୁରନ୍ତ କରାଯାଉ ବୋଲି କୁହାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ସଂଘ ସଦସ୍ୟ ଅମିତାଭ ବେହେରା, ଶରତ ନାୟକ, ତ୍ରିଲୋଚନ ମହାରଣା, ନବୀନ ପାଲକା, ତୁଷାର କାନ୍ତ ମହାନ୍ତି, ପ୍ରମୋଦ କୁମାର ଜେନା, ସିଏଚ ଭଗବତୀ ଆଚାରି, ଶଙ୍କର ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ