Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରଛାତ୍ରୀ ଙ୍କୁ ଭାରତୀୟ ନୈସେନା ସମ୍ପର୍କରେ ଶିକ୍ଷା ଦାନ କଲେ ବିଡ଼ିଓ

ପଟ୍ଟାଙ୍ଗି୦୫/୧୨ସାରା ଭାରତରେ ଡିସେମ୍ବର ୦୪ ତାରିଖକୁ ଭାରତୀୟ ନୈସେନା ଦିବସ ଭାବେ ପାଳନ କରା ଯାଉଥିବା ବେଳେ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଉକ୍ତ ଦିବସ ପାଳନ ହୋଇଥିଲା । ଉକ୍ତ ଦିବସ କୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ପୁର୍ବରୁ ସହିତ ନୈସେନା ଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାଥନା କରା ଯାଇଥିଲା । ଏହାପରେ ନୈସେନା ରେ ଦୀର୍ଘ ୧୫ ବର୍ଷ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପ୍ରଶାସନିକ ଦାଇତ୍ଵ ଗ୍ରହଣ କରିଥିବା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଅଧ୍ୟକ୍ଷତାରେ ବ୍ଲକ ସଭା ଗୃହରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଓଡିଶା ଆଦର୍ଶ ମହାବିଦ୍ୟାଳ , ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟ ପ୍ରମୁଖ ଶିକ୍ଷା ଅନୁଷ୍ଠାନ ରୁ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଙ୍କୁ ଭାରତୀୟ ନୈସେନା ଦେଶପାଇଁ  କେଉଁ ପ୍ରକାର ବଳିଦାନ ଦେଇଛି । ସେହି ଆଧାରିତ ଏକ ଚଳଚ୍ଚିତ୍ର ବା ଭିଡିଓ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଦେଖାଇ କିଛି ଶିକ୍ଷା ଲାଭ କରିଥିଲେ । ଏହାପରେ ଇଣ୍ଡିଆନ୍ ଆର୍ମି ରେ ଦୀର୍ଘ ୧୭ ବର୍ଷ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପରେ ରାଜ୍ୟ ସରକାରଙ୍କ ଦାଇତ୍ଵ ବାନ ବିଭାଗରେ ଦାଇତ୍ଵ ଗ୍ରହଣ କରିଥିବା ବିଏସଏସଓ ସୁଧିର କୁମାର ସାହୁ ଇଣ୍ଡିଆନ୍ ଆର୍ମି ରେ କାର୍ଯ୍ୟ କରୁଥିବା ସମୟର ଅନେକ କିଛି ଦାଇତ୍ଵ ପୁର୍ଣ୍ଣ ତଥ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଦେଶ ପାଇଁ ବଳିଦାନ ଦେଇଥିବା ସେନା ମାନଙ୍କର ଦେଶ ପାଇଁ କି ପ୍ରକାର ବଳିଦାନ ଦେଇଛନ୍ତି ଏହା ଉପରେ ବୁଝାଇ ଛାତ୍ରଛାତ୍ରୀ ଙ୍କୁ ଦେଶର ସୁରକ୍ଷା ନିମନ୍ତେ ଆଗେଇ ଆସିବା ନିମନ୍ତେ ଆହ୍ୱାନ ଦେଇଥିଲେ । ସେହିପରି ଭାରତୀୟ ନୈସେନା ରେ କାର୍ଯ୍ୟ କରି ଅବସର ନେଇଥିବା ବିଡ଼ିଓ ପଟ୍ଟନାୟକ ଭାରତୀୟ ନୈସେନା ରେ ଦେଶ ପାଇଁ କି ପ୍ରକାର ଅବଦାନ ରହିଛି ସେନେଇ ବୁଝାଇବା ସହ ନୈସେନା ରେ ବ୍ୟବହୃତ ହେଉଥିବା ବିଭିନ୍ନ ଜାହାଜର କାର୍ଯ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଆକୃଷ୍ଟ କରାଇଥିଲେ । ଏହିପରି କି ନିଜେ କାର୍ଯ୍ୟ କରୁଥିବା ସମୟରେ ସାମ୍ନା କରିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରି ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଜିପିଓ କିରଣ ଚନ୍ଦ୍ର ସାହୁ , ପିଇଓ ଦିବାକର ପୁରୋହିତ ଙ୍କ ସମେତ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଶେଷଦେବ ବାରିକ , ଡିଗ୍ରୀ ମହାବିଦ୍ୟାଳୟର କର୍ମଚାରୀ ଓ ବ୍ଲକର ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଉକ୍ତ ମୁହୂର୍ତ୍ତପୁର୍ଣ୍ଣ ଦୃଶ୍ୟ ଓ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ । ପରିଶେଷରେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଏହିପରି ସୁଯୋଗ ମିଳିଲେ କେବେହେଲେ ହାତ ଛଡ଼ା ନକରିବା କୁ ବିଡ଼ିଓ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।