Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ର ଜଙ୍ଗମ ସାହି ରେ ଶବ ଦାହ ପୂର୍ବରୁ ଶବ କୁ ଅଟକାଇଲା ପୋଲିସ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ।

ପାରଳାଖେମୁଣ୍ଡି ର ଜଙ୍ଗମ ସାହି ରେ ଶବ ଦାହ ପୂର୍ବରୁ ଶବ କୁ ଅଟକାଇଲା ପୋଲିସ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ।
ପାରଳାଖେମୁଣ୍ଡି:୮/୧୨(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ର ଜଙ୍ଗମ ସାହି ରେ ଗତକାଲି ପ୍ରାୟ ୧ ଟା ବେଳେ ଶବ ଦାହ ପୂର୍ବରୁ ଶବକୁ ଅଟକାଇ ଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ୩୫ ବର୍ଷୀୟ ବିଜୟ କୁମାର ଙ୍କ ମୃତ୍ୟୁ ହେଇଥିବା ନେଇ ପ୍ରଚାର ହେଇଥିଲା । ପରେ ବନ୍ଧୁ ବାନ୍ଧବ ମାନେ ମୃତକ ଙ୍କ ଘରକୁ ଆସି ଶୋକ ସନ୍ତାପ କରିଥିଲେ । ଯେତେବେଳେ ମୃତ ବିଜୟ ଙ୍କ ଶବ କୁ କୋକେଇରେ ନେବା ପାଇଁ ହିନ୍ଦୁ ପରମ୍ପରା ଅନୁଯାୟୀ ସମସ୍ତ ନୀତି ନିୟମ ଆରମ୍ଭ ହେଇଥିଲା ସେତେବେଳେ ମୃତକ ଙ୍କ ପରିବାର ଲୋକେ ମୃତକ ଙ୍କ ମୃତ ଦେହ ରେ କ୍ଷତ ଚିହ୍ନ ଦେଖିବାକୁ ପାଇଥିଲେ ଯାହାକୁ ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ରେ ଏତଲା ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଶବ କୁ ଜବତ କରିବା ସହ ଶବ ଦାହ କରିବାକୁ ମନା କରିଥିଲା ଅନ୍ୟ ପଟେ ମୃତକ ଙ୍କ ପରିବାର ଲୋକେ ତାଙ୍କ ବୋହୂ ତଥା ମୃତକ ଙ୍କ ସ୍ତ୍ରୀ ଏହି ହତ୍ୟା କରିଛି ବୋଲି ଅଭିଯୋଗ ଆଣିଥିବା ବେଳେ ପୋଲିସ୍ ଅଭିଯୁକ୍ତ କୁ ଥାନା କୁ ନେଇଛି। ପୋଲିସ୍ ଘଟଣାର ତଦନ୍ତ କରିବା ସହ ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣା ର ତଦନ୍ତ ଚାଲିଛି ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ର ସତ୍ୟତା ଜଣା ପଡ଼ିବ ବୋଲି ପାରଳାଖେମୁଣ୍ଡି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ତେଣୁ ଏହି ଘଟଣା ବର୍ତ୍ତମାନ ସଂପୂଣ୍ଣ ରହସ୍ୟମୟ ହୋଇଥିବା ବେଳେ କ୍ୟାମେରା ଆଗରେ କେହି ମୁହଁ ଖୋଲି ନାହାନ୍ତି ।