ଲକ୍ଷ୍ମୀପୁର ୦୮/୧୨ .. କୋରାପୁଟ ଜିଲା ଲକ୍ଷ୍ମୀପୁର କୋଡିଙ୍ଗା ମାଳି ଶାନ୍ତିସୁବାସ ଖଣି ପରିବହନ ସଂଘ ପକ୍ଷରୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ସଫେଇ କରାଯିବା ସହିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସଂଘ ସଭାପତି ଧର୍ମେନ୍ଦ୍ର ବିଡ଼ିକା ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇ ଙ୍କ ସମେତ ଡାକ୍ତର ଦୀନବନ୍ଧୁ ଚୌଧୁରୀ, କୋରାପୁଟ ର ପୁର୍ବତନ ସାଂସଦ ଝିନ ହିକକା, କୋରାପୁଟ ପୁର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ଗରିଆଙ୍କ ସମେତ ସଙ୍ଘ ର ଅନେକ ସଦସ୍ୟ କାର୍ଯ୍ୟ କ୍ରମରେ ସାମିଲ୍ ହୋଇ ସଫେଇ କରିଥିଲେ। ପ୍ରଥମେ ସ୍ବାସ୍ଥ୍ୟକେନ୍ଦ୍ର ଚତୁପାର୍ଶ୍ବ ସଫେଇ କରିଥିଲେ, ପରେ ପରେ ଡାକ୍ତର ଖାନାରେ ଚିକିତ୍ସାଧିନ ଥିବା ରୋଗୀ ମାନଙ୍କୁ ଫଳ ଓ ବିସ୍କୁଟ୍ ବଣ୍ଟନ କରାଯାଇଥିଲା।ଗ୍ରୀନ ଇଣ୍ଡିଆ ଗ୍ରୁପ ମୁଖ୍ୟ ଗୋପେଶ୍ୱର ଗରଡ଼ା ଙ୍କ ସମେତ ଗ୍ରୁପ ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ। କବିର ଗରଡ଼ା,ଅଙ୍କୁ ଖରା ଙ୍କ ସମେତ ସଙ୍ଘ ର ଅନେକ ସଦସ୍ୟ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିବା ବେଳେ ସଂଘ ଦ୍ୱାରା ଆଗକୁ ଅନେକ ଜନହିତକର କାର୍ଯ୍ୟ ହାତକୁ ନିଆଯିବ ବୋଲି କୁହାଯାଇଥିଲା।
କୋଡିଙ୍ଗା ମାଳି ପରିବହନ ସଂଘ ପକ୍ଷରୁ ସଫେଇ କାର୍ଯ୍ୟ କ୍ରମ
