Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଲରେ ରକ୍ତ ଛିଟା, ଟ୍ରେନ୍ ଟ୍ରାକରେ ମୃତଦେହ; ହତ୍ୟା ନା ଆତ୍ମହତ୍ୟା ?

ବଲାଙ୍ଗୀର: ରେଳ ଧାରଣାରେ ପଡ଼ିଛି ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ରେଳ ଧାରଣା ପାଖରେ ଥିବା ବିଲରେ ପଡିଛି ରକ୍ତି । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ରେଲୱେ ଷ୍ଟେସନ ନିକଟରେ । ଯୁବକଙ୍କୁ ହତ୍ୟା କରାଯାଇ ଟ୍ରାକରେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ ।

ଯୁବକ ଜଣଙ୍କର ଯଦି ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଛି, ତାହା ହେଲେ ନିକଟରେ ଥିବା ବିଲରେ ରକ୍ତ କେଉଁଠି ଆସିଲା, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯୁବକଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ଜିଆରପି ଘଟଣା ସ୍ଥଳରୁ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଯୁବକ ଜଣଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ