Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଟ ସର୍କିଟ ନିଆଁ ଲାଗି ଜଳିଗଲା ଆସବାବପତ୍ର, ଅଳ୍ପକେ ବର୍ତିଲେ ପରିବାର।

କଳାହାଣ୍ଡି:୧୦/୧୨
ରିପୋର୍ଟ—-ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମହିମା ପଞ୍ଚାୟତ ବୀଜମରା ଗ୍ରାମ ର ତ୍ରିନାଥ ଦିଶାରୀ ଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଘରର ଆସବାବପତ୍ର ସହ ଟିଭି, କୁଳର, ଫେନ ଓ ଘରେ ବିକ୍ରି ପାଇଁ ଥିବା ଧାନ ବସ୍ତା ମଧ୍ୟ ପୋଡି ନଷ୍ଟ ହୋଇଥିବା ଜଣାପଡିଛି। ସୂଚନା ମତେ ପରିବାର ଲୋକେ ରାତି ରେ ଶୋଇଥିବା ବେଳେ ବିଦ୍ୟୁତ ସଟ ସର୍କିଟ ଯୋଗୁ୍ ଘରେ ନିଆଁ ଲାଗି ଯାଇଥିଲା |ପରିବାର ଲୋକେ ଚିତ୍କାର କରିବାରୁ ପଡୋଶୀ ଲୋକେ ଧାଇଁ ଆସି ଉଦ୍ଧାର କରିଥିଲେ ଓ ନିଆଁ ଲିଭାଇବା ରେ ସାହାଯ୍ୟ କରିଥିଲେ ପରେ ନିଆଁ ଆୟତ୍ତ ହୋଇଥିଲା| ତ୍ରିନାଥ ଦିଶାରୀ ଙ୍କ ପରିବାର ରେ ସ୍ତ୍ରୀ ଓ ୨ ଝିଅ ରହିଥିବା ବେଳେ ପରିବାର ଗରିବ ଶ୍ରେଣୀ ହୋଇ ଥିବା ବେଳେ ସରକାର ଙ୍କ ସହାୟତା ଅପେକ୍ଷା କରି ରହିଛନ୍ତି | ଏନେଇ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ଙ୍କ ପ୍ରତିକ୍ରିୟା ନେବାରୁ ରାଜସ୍ବ ନିରୀକ୍ଷକ ଙ୍କୁ ତଦନ୍ତ ପାଇଁ ପଠାଇବି, କ୍ଷୟକ୍ଷତି ରିପୋର୍ଟ ଦେବାପରେ ସରକାର ଭାବେ ଯାହା କ୍ଷତିପୂରଣ ରହିଛି ଦିଆଯିବ ବୋଳି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ