Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡଖମାର – ବରାହପଦର ମଠ ରେ ସୁନ୍ଦରାକାଣ୍ଡ ପରାୟଣ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ସ୍ଥିତ ଶ୍ୟାମସୁନ୍ଦର କୁଞ୍ଜକୁଟିର (ବରାହ ପଦର ମଠ ) ଠାରେ ହନୁମାନ ବିଗ୍ରହ ପ୍ରତିଷ୍ଠାର ନବମ ବର୍ଷ ପୃତି ଅବସରରେ ଏକ ଦିବସୀୟ ସୁନ୍ଦରାକାଣ୍ଡ ପାରାୟଣ‌ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂଜକ ସଦାନନ୍ଦ ଷଡ଼ଙ୍ଗୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସହଦେଵ ମହାକୁର ଓ ଧର୍ମପତ୍ନୀ ବୀଣାପାଣି ମହାକୁର କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ଏଥିରେ ପାରାୟଣ ଗାୟକ ବ୍ୟାସ ଶ୍ରୀରାମ ପଣ୍ଡା ପୁରାଣ ପଠନର ସମାପ୍ତ କରିଥିଲେ। ଏହି ଅବସରରେ ଅନେକ ସାଧୁ ସନ୍ଥ ଓ ଅଞ୍ଚଳର ବହୁ ଜନସାଧାରଣ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ