Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ DG ସମ୍ମିଳନୀ ରେ ଜନସାଧାରଙ୍କୁ ଦେଇଥିବା ପ୍ରତିଶୃତି ମଦନପୁର ରାମପୁର ଥାନାରେ ପାଣିରଗାର ଆଦିବାସୀ ଜନଜାତିଙ୍କୁ ବେଲ କ୍ୟାନସଲ କରିବା ପାଇଁ ଧମକ

ଭବାନୀପାଟଣା, ୧୨/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ମଦନପୁ ରାମପୁର ଥାନା ଅନ୍ତର୍ଗତ ମୋହନ ଗିରି ଅଞ୍ଚଳର ଶିରର୍କିହେଜୁ ଗାଁ ରେ କିଛି ଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମାରପିଟ୍ ହୋଇଥିଲା ଥାନାରେ ମାମଲା ପରେ ତିନି ଅଭିଯୁକ୍ତ ଙ୍କ ନାଁ ରେ ରାମପୁର ଥାନାରେ କେସ ରୁଜୁ ହୋଇଥିଲା ଅଭିଯୁକ୍ତ ମାନେ ବେଲ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ର ଦ୍ବାରସ୍ଥ ହୋଇଥିଲେ ଏବଂ ଅଭିଯୁକ୍ତ ତିନିଜଣଙ୍କୁ ଉଚ୍ଚ ନ୍ୟାୟାଳୟ ବେଳନମ୍ବର ABLAPL11960/2024 ମଧ୍ୟବର୍ତ୍ତୀ କାଳୀନ ବେଲ ପ୍ରଦାନ କରିଛନ୍ତି କିନ୍ତୁ ମଦନପୁର ରାମପୁର ଥାନାର ଉକ୍ତ କେସ ର ଆୟୋ ଜଣେ ମହିଳା ସବ ଇନ୍ସପେକ୍ଟର ବେଲ ପାଇଥିବା ତିନିଜଣ ଅଭିଯୁକ୍ତ ଙ୍କୁ ବାରମ୍ବାର ଥାନାକୁ ଡ଼ାକି ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି ଏପରିକି ଅଭିଯୁକ୍ତ ଙ୍କୁ ତାଙ୍କର ବ୍ୟକ୍ତିଗତ ବ୍ୟବସାୟ ର ଟ୍ରାକ୍ଟର ର ଋଣ କିସ୍ତି ଆଉ ଛଅ ମାସ ବାନ୍ଧି ପାରିବୁନି ବୋଲି ଧମକ ଦେଉଛନ୍ତି ।ସେ ବେଲ ରେ ଆସିଥିବା ତିନି ଜଣକୁ ପୁଣି ଥରେ ତମମାନଙ୍କ ବେଲ ମୁଁ କ୍ୟାନସଲ କରିଦେବି ଆଉ ତମେ ବାପା ପୁଅ ସବୁ ଯାଇ ପୁଣି ଜଙ୍ଗଲ ରେ ଲୁଚିବ ବୋଲି ସେମାଙ୍କୁ ଥାନା କୁ ଡାକି ଧମକ ଦେଉଛନ୍ତି । ଏହି ମହିଳା ପୋଲିସ ଅଧିକାରୀଣୀ ଜଣକ ଦବଙ୍ଗ ଗିରି ରାମପୁର ଥାନାରେ ଦିନକୁ ଦିନ ବଢି ଚାଲିଥିବା ସାଧାରଣ ରେ ଅଭିଯୋଗ ହେଉଛି ବର୍ତ୍ତମାନ ରାଜ୍ୟରେ ପରିବର୍ତିତ ବିଜେପି ସରକାର ଚାଲିଥିବା ବେଳେ ଲୋକଙ୍କୁ ସମ୍ମାନ ମିଳିବା ପରିବର୍ତ୍ତେ ପୋଲିସ ଅଧିକାରୀଣୀ ପୂର୍ବ ବିଜେଡି ସରକାର ଅମଲା ନୀତି ସହଜରେ ବଦଳେଇ ପାରୁ ନ ଥିବା ଚର୍ଚ୍ଚା ହେଉଛି । ସେ ନିଜକୁ ନିଜେ ଓଡିଶା ର ଉଚ୍ଚତମ ନ୍ୟାୟାଳୟ ରୁ ଉର୍ଦ୍ଧରୁ ବୋଲି ଭାବୁଛନ୍ତି ।ଏଣୁ ଏହି ଦବଙ୍ଗ ଗିରି ଦେଖାଉଥିବା ମହିଳା ସବ ଇନ୍ସପେକ୍ଟର ଙ୍କୁ ତୁରନ୍ତ ରାମପୁର ଥାନାରୁ ବଦଳି କରିବା ପାଇଁ ସାଧାରଣରେ ଦାବି ହେଉଛି। ଅଭିଯୋଗ ହେଉଛି ମଦନପୁର୍ ରାମପୁର IIC ସବୁ ଜାଣି ଶୁଣି ଚୁପ ରହୁଛନ୍ତି । ନୂତନ ସରକାର ଓଡିଶା ରେ ଶାସନଭାର ସମ୍ଭାଳି ସାରିଲାଣି । ମାନ୍ୟବର ମୁଖ୍ୟମନ୍ତ୍ରୀ ଡିଜିପି ସମ୍ମିଳନୀ ରେ ନିର୍ଦେଶ ଦେଇଛନ୍ତି ଥାନାରେ ଲୋକଙ୍କୁ ଭୟବିତ୍ତ ନକରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶକୁ କୁ ମଦନପୁର ରାମପୁର ଥାନା ରେ ଖୋଲାଖୋଲି ଦଳିଚକଟି ଦିଆଯାଉଛି । ମଦନପୁର ରାମପୁର ଥାନା ର ସେହି ମହିଳା SI ଙ୍କୁଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଗଲା କିନ୍ତୁ ସେ ଫୋନ recieve କରିନଥିଲେ । ଘଟଣାରୁ ଜଣାପଡୁଛି କଣ ଆୟୋ ଉଦେଶ୍ୟମୂଳକ ଭାବେ ବେଲ ରେ ଆସିଥିବା ଲୋକଙ୍କୁ ହଇରାଣ କରୁଛି କି ???

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories