ଦୁଇ ଟ୍ରକ୍ ମଧ୍ୟରେ ଧକ୍କା, ଚାପି ହୋଇ ରହିଛନ୍ତି ତିନି ଜଣ


ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ୪୯ ନମ୍ବର ଜାତୀୟ ରାଜପଥର ବୈତରଣୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଟ୍ରକ ମୁହାଁମୁହିଁ ଧକ୍କା । ଗାଡ଼ି ମଧ୍ୟରେ ଚାପି ହୋଇ ରହିଛନ୍ତି ତିନି ଜଣ । ସେମାନଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ । ଆଜି ସକାଳେ ଏକ ଧାନ ବୋଝେଇ ଟ୍ରକ୍ ବୈତରଣୀ ପୋଲ ଦେଇ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା ।

ଗାଡ଼ି ଦ୍ବୟରେ ଥିବା ଡ୍ରାଇଭର ଓ ହେଲପର ଚାପି ହୋଇ ରହିଯାଇଛନ୍ତି । କରଞ୍ଜିଆ, ତୁରୁମୁଙ୍ଗା ପୋଲିସ ସହିତ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ୩ ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି । ଗାଡ଼ି ଭିତରେ ୩ ଜଣ ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ।