କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଡ଼ ଗାଁ ନିକଟ ରେଳ ଧାରଣାରୁ ଦୁଇ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଦ୍ୱୟଙ୍କର ପରିଚୟ ମିଳିନାହିଁ ।
ଆଜି ସକାଳେ ମହିଳା ଦୁଇ ଜଣଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଟ୍ରାକରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ତେବେ ମହିଳା ଦ୍ୱୟଙ୍କର କିପରି ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ ।
କେହି ମହିଳା ଦ୍ୱୟଙ୍କୁ ହତ୍ୟା କରି ଟ୍ରାକରେ ଫିଙ୍ଗି ଦେଇଛି ନା, ସେମାନେ ଶୌଚ ହେବା ପାଇଁ ଯାଇଥିବା ବେଳେ ଟ୍ରେନ ଧକ୍କାରେ ଉଭୟଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ିନାହିଁ । ପୋଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି । ମହିଳାଙ୍କ ମୃତ୍ୟୁକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ ।