Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋରାପୁଟିଆ ଚୈତ ପରବ ଭେଟଘାଟ

ଦାମନଯୋଡି: କୋରାପୁଟ ମୂଳନିବାସୀ ନାଲକୋ କର୍ମଚାରୀ କଲ୍ୟାଣ ସଂଘ ପକ୍ଷରୁ ଚଇତ ପରବ ଭେଟଘାଟ୍ -୨୦୨୩ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର -୧ରେ ଥିବା ନିଶାଣିମୁଣ୍ଡା ଓ ବୁଢ଼ାରାଜାଙ୍କ ସମେତ ଦାମନଯୋଡିର ଆରାଧ୍ୟା ଦେବୀ ମା’ କଣ୍ଟାବାଉଁଶୁଣୀଙ୍କ ପାଖରେ ପୂଜାର୍ଚ୍ଚନା ପରେ ମହାଦୀପ ଅଣାଯାଇଥିଲା। ମହାଦୀପଙ୍କୁ ପାରମ୍ପରିକ ବାଜା,ନାଚ ଗୀତ ମଧ୍ୟରେ ସେକ୍ଟର ୨ସ୍ଥିତ ଡ.ବି.ଆର. ଆମ୍ବେଦକର ଷ୍ଟାଡିୟମକୁ ନିଆଯାଇ ଅବସ୍ଥାପିତ କରାଯାଇଥିଲା।ବିସ୍ଥାପିତ ବିଭିନ୍ନ ଗ୍ରାମରୁ ଆସିଥିବା ଗୁରୁମାଇଙ୍କ ସହିତ ଭଗବାନ ଜାନୀ,ବଳଭଦ୍ର ଜାନୀ,କମଳୁ ହନ୍ତାଳ,ତରୁଣ ପୂଜାରୀ ଓ ଲକ୍ଷ୍ମଣ କାଟକାରିଆ ପ୍ରମୁଖ ପୂଜାକାର୍ଯ୍ୟ କରିଥିଲେ।ଅପରାହ୍ନରେ ଆମ୍ବେଦକର ଷ୍ଟାଡିୟମରେ ପାରମ୍ପରିକ ବେଣ୍ଟ ପ୍ରଦର୍ଶନ ସହ ଢେମସା, ଦୁରୁଆ,ପାରମ୍ପରିକ ଚଇତି ନୃତ୍ୟ ଓ କାଠିନାଚ ହୋଇଥିଲା।ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୫ଟି ଦଳ ନୃତ୍ୟରେ ଭାଗ ନେଇଥିଲେ ଓ କୃତୀ ଦଳଙ୍କୁ ପୁରସ୍କୃତ କରାଯାଇଥିଲା।ଉତ୍ସବରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପଢାଲ ମୁଖ୍ୟ ଅତିଥି ରୂପେ ଏଵଂ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁଶିଲ କୁମାର ପାଢ଼ୀ ମୂଖ୍ୟବକ୍ତା ରୂପେ ଯୋଗଦେଇଥିଲେ।ସେହିପରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି,ପଟାଙ୍ଗି ବିଧାୟକ ପୀତମ ପାଢ଼ୀ,ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ,ପଟାଙ୍ଗି ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ସମାଜ ସେବୀ ଜୟରାମ ପୂଜାରୀ,,କୋରାପୁଟ ଜିଲ୍ଲା ପରିଷଦ ସଦସ୍ୟ ମିହିର କୁଳଦୀପ, ସେମିଳିଗୁଡା ଯୋନ ଦୁଇ ଜିଲ୍ଲା ପରିଶୋଦ ସଦସ୍ୟ ମହନ ଯାନୀ,ସୁନାବେଡା ପୌରଦକ୍ଷ ଡ଼ ରଜେନ୍ଦ୍ର ପାତ୍ର, ନାଲକୋର ବିଭିନ୍ନ ବିଭାଗର ସମୂହ ମହାପ୍ରବନ୍ଧକ ପ୍ରମୁଖ ସମ୍ମାନିତ ଅତିଥିରୂପେ ଯୋଗଦେଇ କଲା, କୋରାପୁଟି ୟା ସସ୍କୃତି, ଏବଂ ଆଦିବାସୀଙ୍କ ପରମ୍ପରା , ପ୍ରକୃତି ପୂଜା ଉପରେ ମତ ରଖିବା ସହିତ କଲା ସଂସ୍କୃତିକୁ ବଞ୍ଚାଇବା ନେଇ ପରାମର୍ଶ ଦେଇଥିଲେ ମୁଖ୍ୟ ଅତିଥି, ପରେ ବିଧାୟକ ମାନେ ଢେମ୍ସା ନାଚରେ ଆମ୍ବେଦକର ଷ୍ଟେଡିୟମ ଧୂଳିକି ଥିଲା, ଆୟୋଜକଙ୍କ ପକ୍ଷରୁ ସଭାପତି ଲୋକନାଥ କୁଳଦୀପ,ସମ୍ପାଦକ ଘେନୁ ଖିଲଙ୍କ ସହିତ ପୂର୍ଣ୍ଣଚନ୍ଦ୍ର ଗୌଡ଼,ରାଜେନ୍ଦ୍ର ଜାନି, ଅମିତ ପାଇକ,ଆଶାନନ୍ଦ ଖୋସଲା, ସୁନ୍ଦର ଗୋଲାରି ଓ ଗୁଡୁ ସୋଲପାଡ଼ିଆଙ୍କ ସହିତ ସଦସ୍ୟ ଉପସ୍ଥିତ ରହି ଛଇତ ପର୍ବ ଭେଟଘାଟ କୁ ସୁଚାର ରୂପେ ପରିଚାଳନା କରିଥିଲେ।