Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲା ସ୍ତରୀୟ ଯୁବ ଉତ୍ସବ ଉଦ୍‌ଘାଟିତ

ଭବାନୀପାଟଣା, ୧୬/୧୨
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଶନିବାର ଜିଲା ସ୍ତରୀୟ ଯୁବ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଜିଲା ପ୍ରଶାସନ ଓ ଜିଲା ସଂସ୍କୃତି
ପରିଷଦ ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଓ୍ବାନଙ୍କ
ଅଧ୍ୟକ୍ଷତାରେ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ବିଧାୟକ ସାଗର ଚରଣ
ଦାସ ଯୋଗଦେଇଥିଲେ । ଦେଶର ଭବିଷ୍ୟତ ଓ ସମାଜର ବିକାଶ ଦୀଗରେ ଯୁବ ସମାଜର ବଡ ଭୂମିକା
ରହିଛି । ଯୁବ ସମାଜର ସଠିକ୍ ଦୀଗ ଦର୍ଶନ ଆଉ ପ୍ରେରଣାରେ ସମାଜର ଉନ୍ନତି ହେବା ସହ ଏକ ବିକଶିତ
ରାଷ୍ଟ୍ର ଗଠନ ପାଇଁ ପ୍ରମୁଖ ଭୂମିକା ନେଇଥାନ୍ତି । ମୁ ଜଣେ ଯୁବ ନେତା ହିସାବରେ ଯୁବ ସମାଜ ପ୍ରତି ଗୋଟିଏ
ଭଳ ପାଇବା ଅଛି ଓ ତାଙ୍କ ବିକାଶ ପାଇଁ ସବୁବେଳେ ପ୍ରୟାସ କରିବି ବୋଲି ବିଧାୟକ ଦାସ ତାଙ୍କ
ଅଭିଭାଷଣରେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଭବାନୀପାଟଣା ଉପଜିଲାପାଳ ପ୍ରଭାତ ପରିଡା,
ମା ମାଣିକେଶ୍ୱରୀ ବିଶ୍ଵ ବିଦ୍ୟାଳୟ କୂଳସଚିବ ପିତାମ୍ବର ଭୋଇ, ଉପକୂଳସଚିବ ଡ. ଜୟଦେବ ସାହୁ, ଜିଲା
କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି,ଡିସିପି ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ଯତ୍ନ) ଅଂଶୁମାନ ବାବୁ
ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ବରେ ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ସ୍ବାଗତ
ଭାଷଣ ଦେଇଥିବାବେଳେ ଡ. ଉମେଶ ଚନ୍ଦ୍ର ଶତପଥ ମଞ୍ଚ ପରିଚାଳନା କରିଥିଲେ, ଜିଲ୍ଲା
ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଲଧର ନିଆଲ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଭିନ୍ନ
ପ୍ରକାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ଦଳଗତ
ଲୋକନୃତ୍ୟ, ଦଳ ଗତ ସଙ୍ଗୀତ, ଏକାକୀ ଲୋକନୃତ୍ୟ, ଏକାକୀ ଲୋକ ସଙ୍ଗୀତ, ପଦ୍ୟ ଲିଖନ, ଗଛ
ଲିଖନ, ଚିତ୍ରକଳା ଓ ଔପଚାରିକା ବକ୍ତୃତା ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ କୃତୀ
ହୋଇଥବା ପ୍ରତିଯୋଗୀଙ୍କୁ ସଂଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ ଙ୍କ ଅଧ୍ୟକ୍ଷତାରେ
ଅନୁଷ୍ଠିତ ପୂରସ୍କାର ବିତରଣୀ ସଭାରେ ପୂରସ୍କୃତ
କରାଯାଇଥିଲା। ଏଥିରେ, ଜିଲା କ୍ରୀଡା ଅଧିକାରୀ
ରମେଶ ଚନ୍ଦ୍ର ପାଢି ଓ ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଉପରୋକ୍ତ
ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନେ ଆସନ୍ତା ୧୮ ତାରିଖ ଠାରୁ
ଭୂବନେଶ୍ବର ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ । ପୂରସ୍କାର
ବିରତଣୀ ଉତ୍ସବ ପରେ ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ସବୁ କାର୍ଯ୍ୟକ୍ରମ କୁ ଶିକ୍ଷାବିତ୍ ଡକ୍ଟର ଉମେଶ ଶତପଥି ପରିଚାଳନା କରିଥିଲେ।ଏଥିରେ ଜିଲ୍ଲା ସଂସ୍କୃତି ବିଭାଗ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।