ଭବାନୀପାଟଣା, ୧୬/୧୨
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା
ଜୁନାଗଡ ବ୍ଲକ ପଲାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୧୮ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢ଼ା ଚାଲିଛି । ଏଠାରେ ୭ ଜଣ ଶିକ୍ଷକ ଅଛନ୍ତି । ୬ ଟି ଶ୍ରେଣୀ ଗୃହ ଅଛି। ୨ ଟି ଶ୍ରେଣୀ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ି ରହିଛି । ସେହି କୋଠରୀର ସାମନା ପଟ ଖୋଲା ଅଛି। ଲୁହା ଗ୍ରୀଲ ଠିକାଦାର ନ କରି ଛାଡିଛନ୍ତି । ପିଲାମାନେ ତଳେ ପଡିଯିବେ ବୋଲି ପ୍ରଧାନ ଶିକ୍ଷକ ଭୟଭୀତ ଅଛନ୍ତି । ତେଣୁ ବାଉଁଶ ବାନ୍ଧିଛନ୍ତି । ଗୋଟିଏ କୋଠରୀରେ ପିଲାମାନେ ବସି ପଢୁଥିଲେ । ସେହି ତଳ କୋଠରି ଠିକାଦାର ବିଭିନ୍ନ ସାମାନ ରଖ୍ ବନ୍ଦ କରିଛନ୍ତି । ଉପର ମହଲା ଗ୍ରୀଲ କାହିଁକି ଠିକାଦାର ଲଗାଇଲେ ନାହିଁ । ଏହି ବିଷୟରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଚିନ୍ତାରେ ପଡ଼ିଛନ୍ତି । କାଳେ ପିଲାମାନେ ଖେଳ କୁଦ କରି ଉପରୁ ତଳକୁ ପଡିଯିବେ ଏହି ଚିନ୍ତା ସଦା ସର୍ବଦା ପ୍ରଧାନ ଶିକ୍ଷକଙ୍କୁ ଘାରୁଛି। ଏହି ବିଦ୍ୟାଳୟର ମୁଖ୍ୟ ସମସ୍ୟା କୋଠରି ଏଥି ନିମନ୍ତେ ପ୍ରଶାସନ ସ୍ତରରେ ଦୃଷ୍ଟି ପଡୁ । ଉପର ମହଲାରେ ଗ୍ରୀଲ ଲଗାଯାଉ । ପିଲାମାନଙ୍କ ଜୀବନ ପ୍ରତି ଭୟ ଅଛି ।
ଘୋର ଅଭାବ ଅନଟନ ଦେଇ ଗତି କରୁଛି ପଲାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
