Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଛରୁ ଯୁବକ ମୃତ ଦେହ ଠାବ। ହତ୍ୟା ନା ଆତ୍ମହତ୍ୟା ସନ୍ଧେହ ଘେରରେ ପୋଲିସ

ଭବାନୀପାଟଣା, ୧୬/୧୨
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧିନସ୍ଥ ଦଶପୁର ବଜାର ପଡିଆର ବରଗଛରୁ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି । ଏହା ଏକ ହତ୍ୟା ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଧେହ କରାଯାଉଛି । ମୃତ ଯୁବକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖରିଆର ଥାନା କୁର୍ଲୁଭଟା ଗାଁର ଝଜ ସା ( ୩୫) ବୋଲି ଜଣା ପଡିଛି l ସେ ଦଶପୁର ଫାଣ୍ଡି କଲୋନୀପଡା ର କନ୍ଦର୍ପ ସା ଙ୍କ ଝିଅ ଅପୁଛା ସା କୁ ବିବାହ କରିଥିଲେ l ପୂର୍ବରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ଛାଡ ପତ୍ର ହୋଇଥିବା ବେଳେ ନିଜ ପୂର୍ବ ସ୍ତ୍ରୀ ଅପୁଛା ରହୁଥିବା ବାପ ଘରକୁ ନିଜ ଦୁଇ ଗୋଟି ଝିଅ କୁ ଦେଖିବାକୁ ଆସିଥିଲେ l ମଧ୍ୟ ରାତ୍ରିରେ ଲକ୍ଷ୍ମୀ ପୂଜା ଅବସରରେ ସେହି ସ୍ଥାନରେ ଏକ ନାଟକ ପରିବେଷଣ ହେଉଥିଲା। ନାଟ୍ୟ କଳାକାର ମାନେ ନୂଆପଡା ଜିଲ୍ଲା ଖରିଆର ଥାନା ବାଦୀ ଅଞ୍ଚଳର ହେବା ହେତୁ ତାଙ୍କ ଚିହ୍ନା ପରିଚୟ । ତେଣୁ ନାଟକ ଦେଖି ସକାଳୁ ତାଙ୍କ ସାଙ୍ଗରେ ଘରକୁ ଯିବା ପାଇଁ ସେ ନାଟ୍ୟ କଳାକାର ମାନଙ୍କ ସହ ରହିଥିଲେ। ହେଲେ ସକାଳୁ ସ୍ଥାନୀୟ ଲୋକେ ଏକ ବରଗଛ ରେ ଏକ ଗାମୁଛା ସାହାଯ୍ୟରେ ଝୁଲନ୍ତା ମୃତ ଦେହ ଦେଖି ସ୍ଥାନୀୟ ପୁଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଦଶପୁର ପୁଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି l ଅନ୍ୟପଟେ ମୃତକ ଙ୍କ ପରିବାର ଲୋକେ ସୁକଳ୍ପିତ ହତ୍ୟାକାଣ୍ଡ ଅଭିଯୋଗ ରେ ଦଶପୁର ଫାଣ୍ଡି ରେ ଶଶୁର ଘର ଲୋକ ଓ ନାଟ୍ୟ କଳାକାର ଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକେ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିବା ପାଇଁ ଜିଦ ଧରି ବସିଥିଲେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳକୁ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ବେହେରା ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ଶବ ଜବତ କରିବା ସହ ଶବ ଵୈବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିବା ଜଣାପଡିଛି। ଅଭିଯୋଗ କୁ ଆଧାର କରି ଦଶପୁର ଫାଣ୍ଡି ରେ କେସ ନମ୍ବର ୨୧୫/୨୪ ରେ ଏକ ମାମଲା ରୁଜୁ ହୋଇଛି ତଦନ୍ତ ପରେ ଏହା ହତ୍ୟା ନା କଣ ସ୍ପଷ୍ଟ ଜଣା ପଡ଼ିବ ଓ ଦୋଷୀ କୁ ଧରା ହେବ ବୋଲି ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ