ଓଡିଶୀ ନୃତ୍ୟ କରି ଚର୍ଚ୍ଚାରେ କଳାହାଣ୍ଡି ତହସିଲଦାର ଶୁଭଶ୍ମିତା ମିଶ୍ର


କଳାହାଣ୍ଡି, ୧୬/୧୨
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ ବହାଦୁର ଷ୍ଟାଡିୟମ ଠାରେ ପ୍ରତିଭା ଅନୁଷ୍ଠାନ ତରଫରୁ ଆୟୋଜିତ ନୃତ୍ୟ ସଙ୍ଗମ ୨୦୨୪ ରେ ବିଭିନ୍ନ ଜିଲ୍ଲାରୁ କଲା ଓ ସଂସ୍କୃତି ଉପରେ ରୂଚି ରଖୁଥିବା କଲା ପ୍ରେମିକ ମାନେ ଯୋଗ ଦେଇ ଏହି ମଞ୍ଚକୁ ଦୁଲକାଇ ଦେଇଥିଲେ ∣ ନୃତ୍ୟରେ ସମ୍ବଲପୁରୀ, ଫକ ଡେନ୍ସ, ଓଡିଶୀ ନୃତ୍ୟ ପରି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ କରି କଳାକାର ମାନେ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ ∣ ଏମାନଙ୍କ ମଧ୍ୟରୁ ୩୦/୧୧/୨୪ ଶନିବାର ଦିନ ରାତ୍ରି ୮ ଘଣ୍ଟା ସମୟରେ କଲା ଓ ସଂସ୍କୃତିରେ ରୁଚି ରଖୁଥିବା କଳାହାଣ୍ଡି ତହସିଲଦାର ଶୁଭଶ୍ମିତା ମିଶ୍ର ଯୋଗ ଦେଇ ଓଡିଶୀ ନୃତ୍ୟ ସୁନ୍ଦର ଭାବରେ ପ୍ରଦର୍ଶିତ କରି ଦର୍ଶକ ଓ କଳାକାର ମାନଙ୍କୁ ଆନନ୍ଦିତ କରିଥିଲେ ∣ ପ୍ରଥମେ ଇଲେକ୍ଟ୍ରୋନିକ ଏନ ଟେଲିକମୁନିକେସନରେ ଇଞ୍ଜିନିଅରରିଙ୍ଗ କରି ବିଭିନ୍ନ ସ୍ଥାନରେ ଏମେନସିରେ କାର୍ଯ୍ୟ କରି ବେଙ୍ଗଲୋର, ଆୟାରଲାଣ୍ଡ ଓ ପୁନେରେ ଭଳି ସ୍ଥାନରେ ଇଞ୍ଜିନିଅରର ପରିଚୟ ପାଇ ୨୦୧୬ ରେ ଓଡିଶା ସିଭିଲ ସାର୍ଭିସରେ ଯୋଗ ଦେଇ ୨ ବର୍ଷ ବଲାଙ୍ଗୀର ପରେ ସମ୍ବଲପୁରରେ ଡେପୁଟି କଲେକ୍ଟର ଭାବରେ ଯୋଗ ଦେଇ ଅଞ୍ଚଳର କଲା ଓ ସଂସ୍କୃତିକୁ ଆଗକୁ ବଢାଇବା ପାଇଁ ଗୁରୁ ଦାୟିତ୍ୱ ବହନ କରିଥିଲେ ∣ କାର୍ଯ୍ୟମୟ ଜୀବନରେ ବ୍ୟସ୍ତ ଥାଇ ମଧ୍ୟ କଲା ସଂସ୍କୃତି ପ୍ରତି ତାଙ୍କ ମନ ଥିବା ବେଳେ ପ୍ରତେକ ସମୟରେ ଓଡିଶା କିମ୍ବା ପଶ୍ଚିମ ଓଡିଶା ଅଞ୍ଚଳର କଲା ଓ ସଂସ୍କୃତି,ଐତିହ ପରମ୍ପରାକୁ ବଜାୟ ରଖିବା ପାଇଁ ନିଜ କାର୍ଯ୍ୟମୟ ଜୀବନରୁ ସମୟ କାଡି କଳାକାର ଭାବରେ ନିଜକୁ ପରିଚିତ କରିପାରିଛନ୍ତି ∣ତାଙ୍କର ଏହି ପ୍ରତିଭା ଦେଖି କଳାହାଣ୍ଡିବାସି ଆନନ୍ଦିତ ହେବା ସହିତ ଜିଲ୍ଲାରେ ଚାରିଆଡେ ଚର୍ଚ୍ଚା ହେଉଛି ∣