Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ୭୪ ଅଭିଯୋଗ ଆସିଲା, କିନ୍ତୁ ଯୋଗ ଦେଲେନାହିଁ ଜିଲ୍ଲାପାଳ

ଲକ୍ଷ୍ମୀପୁର ରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ୭୪ ଅଭିଯୋଗ ଆସିଲା, କିନ୍ତୁ ଯୋଗ ଦେଲେନାହିଁ ଜିଲ୍ଲାପାଳ।
ଲକ୍ଷ୍ମୀପୁର ୧୬/୧୨
ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇ ଙ୍କ ପରିଚାଳନା ରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ପାଳ ଙ୍କ ଅନୁପସ୍ଥିତି ରେ ପ୍ରକଳ୍ପ ନିର୍ଦେଶକ ଦେବାଶିଷ ପଟନାୟକ ଉପସ୍ଥିତ ରହି ବ୍ଲକରେ ଥିବା ତେରଟି ପଞ୍ଚାୟତ ବାସୀଙ୍କ ବିଭିନ୍ନ ପ୍ରକାର ର ୭୪ଟି ଅଭିଯୋଗର ଶୁଣାଣି କରି ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଥିଲେ।ବିଶେଷ କରି ଅଧିକାଂଶ ପଞ୍ଚାୟତ ର ଲୋକେ ଲକ୍ଷ୍ମୀ ବସ ର ସୁବିଧା ପାଇପାରୁନଥିବା ଭଳି ଗୁରୁତ୍ୱ ର ଅଭିଯୋଗ ସହ ଗ୍ରାମାଞ୍ଚଳ ରେ ନୂତନ ରାସ୍ତା ନିର୍ମାଣ,ପାନୀୟ ଜଳ,ଆବାସ ଯୋଜନା,ଶିକ୍ଷା,ଅଙ୍ଗନବାଡ଼ି,ମନରେଗା ଉପରେ ଅଭିଯୋଗ ହୋଇଥିଲା।ଓଡ଼ିଆ ପେଣ୍ଠ ପଞ୍ଚାୟତର କେନ୍ଦୁଆଡା ପରଡିଗୁଡା,ରଥ ଗୁଡା,ଦାନା ପଣସ ଗୁଡା କରଗୁଡା,ଖାଲ କଣା,ଲୁଦୁରୀପୁଟ,କନା ପାଇ ଗ୍ରାମକୁ ଖଣି ପ୍ରଭାବିତ ଅଂଚଳ ରୂପେ ସାମିଲ କରାଯିବା ସହ ଲକ୍ଷ୍ମୀପୁର ଠାରୁ ଗୌଡ଼ଗୁଡା ଆଦର୍ଶ ବିଦ୍ୟାଳୟ କୁ ଯାଉଥିବା ଛାତ୍ର ଛାତ୍ରୀଙ୍କ ପାଇଁ ନୂତନ ବସ ସେବା,ଲକ୍ଷ୍ମୀପୁର ବଜାର ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ରୁ ମରାମତି କରିବା ଓ ବ୍ଲକ ସଦରରେ ଥିବା ଇଂରାଜୀ ମିଡିୟମ ସ୍କୁଲରେ ମାତ୍ରାଧିକ ଫିଜ ଆଦାୟ ସହ ମନ ଇଚ୍ଛା ପବଲିକେସନ ବହି ଆଣି ଚଢା ଦରରେ ବିକୁଥିବା,ଚାଷୀଙ୍କ ପାଇଁ ଚେକ ଡ୍ୟାମ, ଅନେକ ବିଜୁଳି ଉପଭୋକ୍ତା ଙ୍କ ବିଲ ଅଧିକ ଆସୁଥିବା ଭଳି ଅଭିଯୋଗ ହୋଇଥିଲା।ଏସବିଆଇ ବ୍ୟାଙ୍କ ତରଫରୁ ୭ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ କୁ ୩୬ ଲକ୍ଷ ଓ ଇଣ୍ଡିଆନ ଓଭର ସିଜ ବ୍ୟାଙ୍କ ତରଫରୁ ୫ଟି ଗୃପ କୁ ୩୦ ଲକ୍ଷ ଟଙ୍କାର ରୁଣ ପ୍ରଦାନ କରାଯାଇଥିଲା।ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଉପ ଜିଲ୍ଲାପାଳ ବେଣୁଧର ଶବର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନବ୍ରୋତା ଶତପଥୀ, ସିଡିଏମଓ ବରଦା କାନ୍ତ ମିଶ୍ର,ତହସିଲଦାର ନୈବେଦ୍ୟ ଭୋଇ,ଏ.ଇ ଏମ ପବନ କୁମାର୍,ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା ଓ ଉପାଧ୍ୟକ୍ଷା ଆରତୀ କୁଲଦୀପ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ ସମସ୍ତ ଲୋକ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମକୁ ଜିପିଈଓ ସୁଧୀର ବେହେରା ପରିଚାଳନା କରିଥିବା ବେଳେ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ଯନ୍ତ୍ରୀ,ଗ୍ରାମ ରୋଜଗାର ସେବକ,ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହି ସହୋଯୋଗ କରିଥିଲେ।ଶାନ୍ତି ଶୃଙ୍ଖଳା ପାଇଁ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ,ଏଏସଆଇ ରମେଶ କିନ୍ତାଲିଙ୍କ ସମେତ ପୋଲିସ କର୍ମୀ ନିୟୋଜିତ ହୋଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ