Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରୀଡା ହିଁ ଶାରୀରିକ ଦକ୍ଷତା ର ମୂଳମନ୍ତ୍ର, ଲଡୁଗାଁ କଲେଜ ର ବାର୍ଷିକ କ୍ରୀଡା ଉଦଯାପିତ।

କଳାହାଣ୍ଡି:୧୭/୧୨
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସ୍ଥିତ ହାଇୟର ସେକେଣ୍ଡରି ସ୍କୁଲ ର ୩୦ ତମ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଦ୍ଵି ଦିବାସୀୟ କ୍ରୀଡା ଉତ୍ସବ ରେ ସୋମବାର କଲେଜ ର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ଙ୍କ ତତ୍ୱାବଧାନ ରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ହନୁମାନ ମନ୍ଦିର ରୁ ବାହାରି ଥିବା ମଶାଲ ଶୋଭାଯାତ୍ରାକୁ ମିନି ଷ୍ଟାଡିୟମ ଖେଳ ପଡିଆ ରେ ସ୍ୱାଗତ କରିବା ପରେ ଆନୁଷ୍ଠାନିକ ଭାବେ କ୍ରୀଡା ପତାକା ଉତ୍ତୋଳନ ପରେ କ୍ରୀଡା ଉତ୍ସବ ଆରମ୍ଭ ହୋଇଥିଲା। ଏହି ଅଵସର ରେ କଲେଜ ର କ୍ରୀଡା ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ ଓ କସ୍ତୁରବା ବିଦ୍ୟାଳୟ ଚିକିଗୁଡା ର କ୍ରୀଡା ଶିକ୍ଷକ କିଶନ ଧଙ୍ଗଡାମାଝୀ ଙ୍କ ନେତୃତ୍ୱରେ ୨୩ ଗୋଟି କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ର ଉଦଯାପନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଚିତ୍ତ ରଞ୍ଜନ ଠାକୁର ଓ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀକାନ୍ତ ପାଢ଼ୀ ଯୋଗଦେଇ ଯୁବ କ୍ରୀଡା ପ୍ରତିଭା ବିକଶିତ ହେବା ରେ ବିଦ୍ୟାଳୟ ରେ ଆୟୋଜିତ ବାର୍ଷିକ କ୍ରୀଡା ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମତ ଦେଇଥିଲେ।ଏହି ଅବସରରେ ବିଭିନ୍ନ କ୍ରୀଡା ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ସହ ପୁରସ୍କୃତ କରିଥିଲେ। ଶ୍ରେଷ୍ଠ ବାଳିକା କ୍ରୀଡା ବିଦ ଭାବେ ଲତା ମଞ୍ଜୁରୀ ନିଆଳ ଓ ବାଳକ ବିଭାଗ ରେ ମୁକେଶ ବଗର୍ତ୍ତି ଙ୍କୁ ପୁରସ୍କୃତ କରାଯାଇଛି।କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ରେ ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ କରିଥିବା ବେଳେ ପ୍ରାଧ୍ୟାପକ ପ୍ରେମାନନ୍ଦ ସାହା କ୍ରୀଡା ଉତ୍ସବ ର ଧାରା ବିବରଣୀ ପ୍ରଦାନ କରିଥିଲେ। ପ୍ରଶାନ୍ତ ଯୋଶୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଅଧ୍ୟାପିକା କଲ୍ୟାଣି ମହାନ୍ତି,ଅଙ୍କିତା ଖୁରା,ଭାରତ ଭୂଷଣ ଠାକୁର,ଭାଗବତ କଟା, ଶଙ୍କର ସତନାମୀ,ବିଭୁଞ୍ଜନ ସାହୁ,ଶ୍ରୀକାନ୍ତ ଶର୍ମା, ଆଦିତ୍ୟ ଦାସ, ତୁଳସୀ ବାଗ,ଭାନୁମତି ମାଝୀ,ଦିବାକର ଦୁର୍ଗା, ସ୍ୱପ୍ନା ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ପରିଶେଷରେ ପ୍ରାଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ