ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ଠାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ଭବାନୀପାଟଣା ବ୍ଲକର ୧୯ ଜଣ ସରପଞ୍ଚ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ 


କଳାହାଣ୍ଡି, ୧୭/୧୨
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନମଣ୍ଡଳୀର ଭବାନୀପାଟଣା ବ୍ଲକ ସଦର ମହକୁମା ର ଭାରତୀୟ ଜନତା ପାର୍ଟି ପୂର୍ବତନ ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ଆଜି ୧୯ ଜଣ ସରପଞ୍ଚ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ଠାରେ ସାମିଲ ହେଲେ । ସେଥି ମଧ୍ୟରୁ ଗୋବିନ୍ଦ ନାଏକ ଶଗଡା଼ ଗ୍ରାମ ପଞ୍ଚାୟତ ସରପଞ୍ଚ, ବିକାଶ ପ୍ରଧାନ ଚାଞ୍ଚେର ଗ୍ରାମ ପଞ୍ଚାୟତ ସରପଞ୍ଚ, ଅଙ୍କିତା ବେହେରା ତଳବେଲଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ, ରମେଶ ନାଏକ, ଲଷ୍ମୀପୁର ଗ୍ରାମ ପଞ୍ଚାୟତ ସରପଞ୍ଚ, ଗୌରୀ ମିଶ୍ର ମେଦିନୀପୁର ଗ୍ରାମ ପଞ୍ଚାୟତ ସରପଞ୍ଚ, ପ୍ରମୋଦ ଯୋଶୀ ଉଦେପୁର ଗ୍ରାମ ପଞ୍ଚାୟତ ସରପଞ୍ଚ, ଉର୍ମିଳା ଯାନୀ ଦେପୁର ଗ୍ରାମ ପଞ୍ଚାୟତ ସରପଞ୍ଚ, ଗୀତାଞ୍ଜଳି ସାହୁ ଦାଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ, ଆଦିତ୍ୟ କୁମାର ନାଏକ କର୍ଲାଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ, ପ୍ରିୟଙ୍କିନି ନାଏକ ପାଳଶିଝରଣ ଗ୍ରାମ ପଞ୍ଚାୟତ ସରପଞ୍ଚ, ଲଷ୍ମୀ ମାଝୀ ଛେଳିଆମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ, ସୁଷମା ସେନାପତି କର୍ଲାପଡା ଗ୍ରମ ପଞ୍ଚାୟତ ସରପଞ୍ଚ, ତପସ୍ୱିନି ସାହୁ ଛଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ, ବିଷ୍ନୁପ୍ରିୟା ଦୁର୍ଗା ମାଲଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ, ରବିନାରାୟଣ ବେହେରା ରିଷିଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ, ଯୁଧେଷ୍ଟି ନାଏକ ଶ୍ରୀପୁର ଗ୍ରାମ ପଞ୍ଚାୟତ ସରପଞ୍ଚ, ମୁରଲୀ ପ୍ରଧାନ ଗଣ୍ଡବାରଝୋଲା ଗ୍ରାମ ପଞ୍ଚାୟତ ସରପଞ୍ଚ, ଦଶମତି ବେମାଳ ଆର୍ଟାଲ ଅର୍ତଳ ଗ୍ରାମ ପଞ୍ଚାୟତ ସରପଞ୍ଚ, ଜ୍ୟୋତିମୟେ ମାଝୀ ମାଟିଆ ଗ୍ରାମ ପଞ୍ଚାୟତ ସରପଞ୍ଚ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ମନମୋହନ ସାମଲ, ଭବସିନ୍ଧୁ ମଙ୍ଗରାଜ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ, କଳାହାଣ୍ଡି ଜିଲ୍ଲା ସଂଯୋଜକ ସ୍ୱଚ୍ଛ ଭାରତ ଅଭିଯାନ ବିଜେପି ଶ୍ରୀଯୁକ୍ତ ଲୋକନାଥ ଦୁର୍ଗା, ବୋର୍ଡl ମଣ୍ଡଳ ସଭାପତି ବିଭୀଷଣ ସାହୁ, ଉପସଭାପତି ସଂଜୀବ ମିଶ୍ର, ସୁମନ ବେମାଲ ପ୍ରମୁଖ ଉପସ୍ଥିତ ଥିଲେ।