Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାନକଟା ମେସିନ ଯୋଗୁ ରାସ୍ତା ରେ ପ୍ରସ୍ତର ପ୍ରସ୍ତର କାଦୁଅ, ସାଧାରଣ ଯାତ୍ରୀ ହେଉଛନ୍ତି ଦୁର୍ଘଟଣା।

କଳାହାଣ୍ଡି:୧୮/୧୨
ରିପୋର୍ଟ—ସନତ ପ୍ରଧାନୀ
ଚାଷ କାର୍ଯ୍ୟ ରେ ଅତ୍ୟାଧୁନିକ ଯନ୍ତ୍ରପାତି ର ବ୍ୟବହାର ବହୁଳ ଭାବରେ ବ୍ୟବହୃତ ହେଉଥିବା ବେଳେ ଗ୍ରାମାଞ୍ଚଳର ଶ୍ରମିକ ମାନେ ହାତ ବାନ୍ଧି ବସିଛନ୍ତି। ପୂର୍ବରୁ ଶ୍ରମିକ ମାନେ ଧାନ କଟା କାର୍ଯ୍ୟ ରେ ନିୟୋଜିତ ରହି ପରିବାର ପ୍ରତିପୋଷଣ କରୁଥିଲେ ହେଲେ ଏବେ ତାଙ୍କ ପେଟକୁ ଲାତ ମାରି ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ସ୍ଥାନ ନେଇଛି। ଅଳ୍ପ ସମୟ ମଧ୍ୟରେ ଚାଷି ମେସିନ ରେ ଧାନ କାଟି ଅମଳ କରୁଥିବା ଦେଖିବାକୁ ମିଳୁଛି।ବର୍ତ୍ତମାନ ଖରିଫ ଧାନ ଫସଲ ଅମଳ ଶେଷ ପର୍ଯ୍ୟାୟରେ ଧାନ କଟା ଚାଲିଥିବା ବେଳେ କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ଶତାଧିକ ହାରଭେସ୍ଟର ଧାନ କଟା ମେସିନ ଓ ଟ୍ରାକ୍ଟର ଧାନ କଟା କାର୍ଯ୍ୟ ରେ ନିୟୋଜିତ ରହିଛନ୍ତି।ତେବେ ଏହି ହାର ଭେସ୍ଟର ଓ ଟ୍ରାକ୍ଟର ଯୋଗୁଁ ଏବେ ବ୍ଲକ ର ଜାତୀୟ ରାଜପଥ ସମେତ ଗ୍ରାମାଞ୍ଚଳ କୁ ସଂଯୋଗ କରୁଥିବା ରାସ୍ତା ରେ ପ୍ରସ୍ତର ପ୍ରସ୍ତର କାଦୁଅ ମିଶା ମାଟି ର ଆସ୍ତରଣ ପଡି ରାସ୍ତା ରେ ଯାତାୟାତ କରୁଥିବା ଦୁଇ ଚକିଆ ଗାଡି ଓ ପଥଚାରି ଙ୍କ ପାଇଁ ଦୁର୍ଘଟଣା କୁ ନିମନ୍ତ୍ରଣ ଦେଲା ଭଳି ମନେ ହେଉଛି । ଏହି କାଦୁଅ ଯୋଗୁଁ ବ୍ଲକ ର ବିଭିନ୍ନ ସ୍ଥାନରେ ବାଇକ ଚାଳକ ମାନେ ଦୁର୍ଘଟଣା ର ଶିକାର ହେଉଥିବା ଘଟଣା ମଧ୍ୟ ସାମ୍ନା କୁ ଆସୁଛି। ତେବେ ବେଫିକର ଭାବେ ହାର ଭେସ୍ଟର ଓ ଟ୍ରାକ୍ଟର ମାଲିକ ମାନେ ଗାଡି ରୁ କାଦୁଅ ସଫା ନକରି ରାସ୍ତା ରେ ଗାଡି ଚଳାଚଳ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ହାର ଭେସ୍ଟର ମେସିନ ଓ ଟ୍ରାକ୍ଟର ଚଳାଚଳ ଉପରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ କିମ୍ବା କୌଣସି ଧରପଗଡ଼ କରା ଯାଉନାହିଁ ଫଳ ସ୍ୱରୂପ ହାର ଭେସ୍ଟର ଓ ଟ୍ରାକ୍ଟର ମାଲିକ ମାନେ ବେଫିକର ଭାବେ ଜାତୀୟ ରାଜପଥ ହେଉ ଅବା ରାଜ୍ୟ ରାଜପଥ ରେ କାଦୁଅ କରି ଚାଲିଛନ୍ତି। ଏନେଇ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ଟି ଆମ ନଜର କୁ ଆସିଛି,ତେବେ ଆଗକୁ ପେଟ୍ରୋଲିଂ କରି ରାସ୍ତା ରେ କାଦୁଅ କରୁଥିବା ଧାନ କଟା ମେସିନ ଓ ଟ୍ରାକ୍ଟର କୁ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ସ୍ତରରେ ପଦକ୍ଷେପ ନିଆଯିବ ବୋଳି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ