Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅଧ୍ୟାପକ ଛାତ୍ରଛାତ୍ରୀ ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ; ଅଭିଯୋଗ ଆଣି ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କଲେ ଅଭିଭାବକ

ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ହାୟର ସେକେଣ୍ଡାରି ସ୍କୁଲ ସଂସ୍କୃତ ଅଧ୍ୟାପକ ସୁଧାଂଶୁ ପଧାନ ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ l ଏ ନେଇ ବୁଧବାର ଅଭିଭାବକମାନେ ବୀରମହାରାଜପୁର ଉପ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି I ଉପ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଡେପୁଟି କଲେକ୍ଟର ଉପେନ୍ଦ୍ର ଦାସ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ I ଅଭିଯୋଗ ଅନୁଯାୟୀ , ଉକ୍ତ ଅଧ୍ୟାପକ ଜଣକ କଲେଜ ରେ ବିଶୃଙ୍ଖଳା କରୁଥିବା ବେଳେ ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି l ସରକାରୀ ଅନୁଦାନ ପ୍ରାପ୍ତ ଅଧ୍ୟାପକ ହୋଇ ମଧ୍ୟ ସେ ନିଜ ବାସଭବନରେ ଏକ ଘରୋଇ ଟ୍ୟୁସନ୍ ସେଣ୍ଟର କରିଛନ୍ତି I ଉକ୍ତ ସେଣ୍ଟର କୁ ଯେଉଁ ଛାତ୍ରଛାତ୍ରୀ ଟ୍ୟୁସନ କରିବାକୁ ଯାଉନାହାନ୍ତି ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହେଉଛି l ଏନେଇ ଉକ୍ତ କଲେଜ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଏକତ୍ରିତ ହୋଇ ଅଭିଯୋଗ ପୂର୍ବକ ଅଧ୍ୟାପକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଥିଲେ l