Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ହିଂସା ଘଟଣାର ତଦନ୍ତ ଆରମ୍ଭ; ହିଂସା ପାଇଁ ରାଜ୍ୟ ସରକାର ଓ ପୋଲିସକୁ ଦାୟୀ କଲେ ସ୍ପେଶାଲ୍‌ ଟିମ୍‌

ସମ୍ବଲପୁର: ସମ୍ପ୍ରତି ସମ୍ବଲପୁରରେ ହୋଇଥିବା ହିଂସା ଘଟଣାର ତଦନ୍ତ ଆରମ୍ଭ କରିଛି ବିଜେପିର ସ୍ବତନ୍ତ୍ର ଟିମ୍‌। ଏଥିପାଇଁ ୪ ଜଣିଆ ସ୍ପେଶାଲ୍‌ ଟିମ୍‌ ଗଠନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଜେପିର ଏହି ଚାରିଜଣିଆ ତଥ୍ୟ ଅନୁସନ୍ଧାନକାରୀ କମିଟି ହନୁମାନ ଜୟନ୍ତୀ ଉତ୍ସବରେ ସହରରେ ଉପୁଜିଥିବା ହଂସା ଘଟଣା ପାଇଁ ରାଜ୍ୟ ସରକାର ଏବଂ ପୋଲିସକୁ ଦାୟୀ କରିଛନ୍ତି।
ଏହି ଚାରିଜଣିଆ ତଦନ୍ତକାରୀ ଦଳ ଆଜି ସକାଳେ ସମ୍ବଲପୁରରେ ପହଞ୍ଚିଥିଲେ। ଏହାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ କମିଟି ଦଳର ସଭାପତିଙ୍କୁ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବ।

ଏହି ପ୍ୟାନେଲରେ ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ବ୍ରିଜଲାଲ, ସମୀର ଓରାଓନ୍ ଏବଂ ଆଦିତ୍ୟ ସାହୁ, ଏବଂ ଜ୍ୟୋତିର୍ମୟ ସିଂ ମହତୋ ସାମିଲ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ