Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶିତଳଷଷ୍ଠୀ ମହୋତ୍ସବରେ ତାରକାଶୁର ନିର୍ଦ୍ଧାରଣ

ବରପାଲି :ବରପାଲି ଗୋପାଲଜୀ ମନ୍ଦିର ପରିସରରେ ଶୀତଳ ଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ମୁକ୍ତାକାଶ ରଙ୍ଗମଚଂ ପାଇଁ ମୂଖ୍ଯ କଳାକାର ତାରକାଶୁର ଚୟନ ପ୍ରକ୍ରିୟା ସମ୍ପର୍ଣ୍ଣ ହୋଇଯାଇଛି। ନିମନ୍ତ୍ରିତ ନିରିକ୍ଷକ ମାନଙ୍କ ଦ୍ବାରା ଗୋଲାପ ଦାଶଙ୍କୁ ଚଳିତ ବର୍ଷ ତାରକାଶୁର ମହାରାଜ ଭାବରେ ସିଦ୍ଧାନ୍ତ ସହ ଲୋକାର୍ପଣ କରାଯାଇଥିଲା। ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସାଧାରଣ ସମ୍ପାଦକ ଜୟନ୍ତ ତ୍ରିପାଠୀ ସ୍ବାଗତ ଜଣାଇବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଉପସ୍ଥାପନ କରିଥିଲେ। ପରେ ବରିଷ୍ଠ ଉପଦେଷ୍ଠା ବିନୋଦାନନ୍ଦ ସାହୁଙ୍କ ତତ୍ବାବଧାନରେ ପରିଚାଳିତ ଚୟନ ପକ୍ରିୟାର ନିୟମାବଳୀ ଉପରେ ଉପସ୍ଥାପନ କରିଥିଲେ। ନିମନ୍ତ୍ରିତ ଅତିଥି ନିରୀକ୍ଷକ ଭାବରେ ବରିଷ୍ଠ ନାଟ୍ୟ ନିର୍ଦେଶକ ଅଶୋକ କୁମାର ଦାଶ, ନିରଜଂନ ମେହେର, ରାଜେଶ ରାଏ, ପଦ୍ମଲୋଚନ ସାହୁ ଓ ଅଶୋକ କୁମାର ପଣ୍ତା ପ୍ରମୁଖ ସାମିଲ ହୋଇ ମନୋନିତ କରିଥିଲେ। ପ୍ରକ୍ରିୟାରେ ଚାରି ଜଣ ବିଜ୍ଞ ଖୋଲାମଚଂ କଳାକାର ଭାଗ ନେଇ ବିଭିନ୍ନ ଶୈଳିର ଅଭିନୟ ସହ ସଂଳାପ ଉପସ୍ଥାପନ କରିଥିଲେ। କଳାକାରମାନଙ୍କ ମଧ୍ୟରେ ଗୋଲାପ ଦାଶ,ବିର ବଜରଙ୍ଗ ମେହେର, ସନୟ କୁମାର ମେହେର ଓ ବ୍ରୁନ୍ଦାବନ ମାଝି ପ୍ରମୁଖ ଭାଗ ନେଇଥିଲେ।
ପରିଶେଷରେ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।