ପାରଳାଖେମୁଣ୍ଡି:୨୪/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ଷଷ୍ଠ ଦିନ ତଥା ଶେଷ ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଶନିବାର ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଗଜପତି,ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି,ଶ୍ରୀ ରାଜେନ୍ଦ୍ର ମିଞ୍ଜ,ଅତିରିକ୍ତ ଜିଲ୍ଲାପାଳ ଗଜପତି, ଶ୍ରୀ ଅନୁପ ପଣ୍ଡା, ଉପ ଜିଲ୍ଲାପାଳ ପାରଳାଖେମୁଣ୍ଡି,ଶ୍ରୀଯୁକ୍ତ ପୃଥୀରାଜ ମଣ୍ଡଳ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଶ୍ରୀ ଅଂଶୁମାନ ମହାପାତ୍ର, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା
ସଂସ୍କୃତି, ଜନଜାତି,ନୃତ୍ୟ ସଙ୍ଗୀତ,ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ,ପରେ ଜିଲ୍ଲାର କୋଣ ଅନୁକୋଣ ତଥା ପୁରପଲ୍ଲୀର ଉଭୟ କଳାକାର ଓ ଜନସାଧରଣ ଏହି ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳାରେ ସାମିଲ ହେଇଥିଲେ। ବିଶେଷ କରି ଛଅ ଦିନରେ ରାଜ୍ୟ ଓ ରାଜ୍ୟ ବାହାର, ଜିଲ୍ଲା ଓ ଜିଲ୍ଲା ବାହାର କଳାକାରମାନଙ୍କ ମହାମିଳନ ର ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଛି। ପରେ ପରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ, ଗଜପତିଙ୍କ ଦ୍ଵାରା ଉପଢୌକନ ଓ ସ୍ମାରକ ପ୍ରଦାନ କରି ଉତ୍ସଵରେ ସମ୍ମାନିତ କରାଯାଇଥିଲା ଓ ଉତ୍ସବର ସମସ୍ତ କମିଟି ଅଧ୍ୟକ୍ଷ ଓ ସଭ୍ୟ ମାନଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା।ସେହିପରି ଷଷ୍ଠ ଦିନ ଧରି ଅନୁଷ୍ଠିତ ହେଉଥିବା ପଲ୍ଲିଶ୍ରୀ ମେଳା ୨୦୨୪ ରେ ୧ କୋଟିରୁ ଉର୍ଦ୍ଧ ବ୍ୟବସାୟ ହୋଇଅଛି। ସେହିପରି ମହା ଲକ୍ଷ୍ମୀ ମହିଳା ମଣ୍ଡଳ ଗଜପତି, ଦାଧିବାବନ ଜିଉ ସ୍ୱୟଂ ସହାୟକ ଗୋଷ୍ଠୀ ଜଗତସିଂପୁର, ମା ବିନ୍ଧ୍ୟଗିରୀବାସିନୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଜପତି, ରାଧା ରାଣୀ ସ୍ଵୟଂ ସହାୟକ ଗୋଷ୍ଠୀ ଭଦ୍ରକ ଓ ଲକ୍ଷ୍ମନାରାୟଣ ଟାସର ହ୍ୟାଣ୍ଡଲୁମ୍ ପ୍ରୋଡୁସର୍ ଗ୍ରୁପ ଯାଜପୁର ଦୋଳ କୁ ସମ୍ମାନିତ କରାଯାଇଥିଲା ଓ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ବିଭାଜିକା ଗଜପତି, ମନେରେଗା , ଜିଲ୍ଲା ପରିଷଦ ଗଜପତି ଓ ଉଦ୍ୟାନ ବିଭାଗ ଗଜପତିଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ଷଷ୍ଠ ଦିନ ତଥା ଶେଷ ସନ୍ଧ୍ୟାରେ ଜିଲ୍ଲା, ତଥା ଜିଲ୍ଲା ବାହାର ର ସାଂସ୍କୃତିକ ଦୋଳ ନିଜର କଳା ପ୍ରଦର୍ଶନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା,ପୌର ପରିଷଦ ପାରଳାଖେମୁଣ୍ଡି ସମେତ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚରୀମାନେ ପରିଚାଳନରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ ସମେତ ପୋଲିସ୍ ଅଧିକାରୀ ଓ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।