Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶିପାଲି ମୋହନୀ ଏକାଦଶି ଉତ୍ସବ

ବରପାଲି: ବରପାଲି ବ୍ଳକ ବିଶିପାଲି ଗାଁରେ ମହିଳା ମାନଙ୍କ ଦ୍ବାରା ମୋହିନୀ ଏକାଦଶୀ ବ୍ରତ ପାଳିତ ହୋଇଯାଇଛି। ସ୍ଥାନିୟ ଜଗନ୍ନାଥ ମନ୍ଦିର ପରିସରରେ ନିତି ଅନୁଶାରେ ପୂଜାର୍ଚ୍ଚନା ହୋଇ ପଦ୍ମପୁରାଣ ପାଠ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା।ପଣ୍ଡିତ ଆଦିତ୍ୟ ପାଣିଗ୍ରାହୀଙ୍କ ଦ୍ବାରା ପୂଜାକାର୍ଯ୍ୟ ସହ ପଠନ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା ।ସନ୍ଧ୍ୟା ସମୟରେ ଏକାଦଶୀ ବ୍ରତ ମାହାତ୍ମ୍ୟ ଉପରେ ଆଲୋକପାତ କରାଯାଇଥିଲେ। ଏହି ଅବସରରେ ପ୍ରବଚକ ରାମ କିଙ୍କର ଦାସଙ୍କ ଦ୍ବାରା ଭଗବାନ ବିଷ୍ଣୁଙ୍କ ମୋହିନୀ ଅବତାର ବିଷୟକୁ ନେଇ ପ୍ରବଚନ ମାଧ୍ୟମରେ ଆଲୋଚନା କରିଥିଲେ। ଆୟୋଜିତ ସତସଙ୍ଗ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଥିଲେ ପ୍ରକାଶ ସାହୁ,ସଂଜୟ ସାହୁ,ସରୋଜ ସାହୁ, ପଦ୍ମଲୋଚନ ସାହୁ,ଆଳିପ ସାହୁ, ମନୋଜ ବଢେଇ । ପରିଚାଳନାରେ କୁଞ୍ଜବିହାରୀ ସାହୁଙ୍କ ସମେତ ଗ୍ରାମର ଶତାଧିକ ମହିଳା ଯୁବତି ଓ ପୁରୁଷ ମାନେ ସହାୟତା କରିଥିଲେ ।