Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଚିତ୍ର ସ୍ୱାସ୍ଥ୍ୟ ସେବା ବିଶ୍ୱନାଥପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରେ ଔଷଧ ବିତରଣ କରୁଛନ୍ତି ସଫେଇ କର୍ମ ଚାରି,ସେଫେଇ କର୍ମଚାରୀ ଙ୍କ ହାତରେ ରୋଗୀଙ୍କ ଭାଗ୍ୟ

ଭବାନୀପାଟଣା, ୨୫/୧୨
(ଜଗନ୍ନାଥ ନାଏକ) : ସରକାର ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସରକାରୀ ଡାକ୍ତରଖାନା ରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ସୁଇପର ନିଯୁକ୍ତ କରିଛନ୍ତି, ଓ ନିରାମୟ ଯୋଜନାରେ ରୋଗୀ ଙ୍କୁ ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି.ଡାକ୍ତର ରୋଗୀ କୁ ଦେଖିବା ପରେ କେଉଁ ରୋଗ ପାଇଁ କେଉଁ ଔଷଧ ଦିଆଯିବ ଲେଖିବା ପରେ ଔଷଧ ବିତରଣ କେନ୍ଦ୍ର କୁ ଯାଇ ଫାର୍ମାସିଷ୍ଟ ଠାରୁ ଔଷଧ କିଭଳି ଖାଇବେ ତାହା ବୁଝି ଔଷଧ ଆଣୁଛନ୍ତି. ହେଲେ ବିଶ୍ଵନାଥପୁର ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ. ଏଠାରେ ଡାକ୍ତର ରୋଗୀର ସ୍ୱାସ୍ଥ୍ୟ ପରୀକ୍ଷା କଲାପରେ ଔଷଧ ବିତରଣ କେନ୍ଦ୍ରରେ ଅଭିଜ୍ଞତା ନ ଥିବା ସୁଇପର ରୋଗୀଙ୍କୁ ଔଷଧ ଦେଉଛନ୍ତି.ସୂଚନାଅନୁସାରେ ବିଶ୍ୱନାଥପୁର ଡାକ୍ତରଖାନା ରେ ଔଷଧ ବିତରଣ କେନ୍ଦ୍ର ଦାଇତ୍ୱ ରେ ଥିବା ଫାର୍ମାସିଷ୍ଟ ନେତ୍ରନନ୍ଦ ସୁବୁଦ୍ଧି ବାବୁ ସବୁବେଳେ ନିଜ କାର୍ଯ୍ୟରେ ଅବହେଳା କରୁଥିବାବେଳେ. ରୋଗୀମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. ଡାକ୍ତରଖାନା ରେ କର୍ମଚାରୀ ଙ୍କ ମନମୁଖୀ ଶାସନ ଯୋଗୁଁ ସ୍ୱାସ୍ଥସେବା ବାଟବଣା ହେବାରେ ଲାଗିଛି. ଯିଏ ଯେଉଁ ଦାଇତ୍ୱ ରେ ରହି କାମ କରିବା କଥା ତାହା ନ କରିନିଜ ଇଚ୍ଛା ମୁତାବକ କାମ କରୁଛନ୍ତି. ଏଭଳି ଏକ ବିଚିତ୍ର ଦୃଶ୍ୟ ଏହି ଡାକ୍ତରଖାନା ରେ ଦେଖିବାକୁ ମିଳିଛି. ଏହି ଡାକ୍ତରଖାନା ର ସଫେଇ କର୍ମଚାରୀ ଗୌର ପୂଝରୀ ରୋଗୀ ମାନଙ୍କୁ ଔଷଧ ଦେଉଥିବା ଦୃଶ୍ୟ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି. ଔଷଧ ବିଷୟରେ ଅଭିଜ୍ଞତା ନ ଥିବା ଜଣେ ସୁଇପର ଙ୍କୁ କେମିତି ଏଭଳି ଗୁରୁ ଦାଇତ୍ୱ ଦିଆ ଯାଇଛି. ଫାର୍ମାସିଷ୍ଟ ନିଜ ଦାଇତ୍ୱ କେମିତି ଜଣେ ସୁଇପର ଙ୍କୁ ଦେଇଛନ୍ତି. ଏହି ଦୃଶ୍ୟ ଦେଖିବା ପରେ ରୋଗୀ ମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି.ଏ ବିଷୟରେ ଲାଞ୍ଜିଗଡ ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ, ଏହା ହେବା କଥା ନୁହଁ, ଦିଜଣ ଫାର୍ମାସିଷ୍ଟ ଅଛନ୍ତି, ଆମ ସ୍ୱାସ୍ଥ୍ୟ କେନ୍ଦ୍ରରେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ