Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢାଢଙ୍ଗର ଲୋକ ମହୋତ୍ସବ ଉଦଘାଟିତ ; ଢୋଲ ନିଶାନରେ କେସିଙ୍ଗା ମଞ୍ଚ ଦୁଲୁକିଲା

କଳାହାଣ୍ଡି, ୨୫/୧୨
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟ ରେ ଉଦଯାପିତ ହୋଇ ଯାଇଛି ବୁଢା ଡଙ୍ଗର ମହୋତ୍ସବ ! ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ଭାରତ ସରକାର ଙ୍କ ସଂସ୍କୃତି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ବେଳେ ସମ୍ମାନିତ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷି,କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସମେତ ବହୁ ବରିଷ୍ଠ ଅତିଥି ମାନେ ଯୋଗଦେଇ ଏହି ଉତ୍ସବ ର ଭୂୟସୀ ପ୍ରଶଂସା କରିବା ଶହ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଜିଲ୍ଲା ରେ ବିକାଶ କ୍ଷେତ୍ର ରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରକାଶ କରିଥିଲେ ! ଦୁଇ ଦିନ ଧରି ଚାଲିଥିବା ଏହି ମହୋତ୍ସବ ରେ ଜିଲ୍ଲା ,ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ କଳାକାର ସାମିଲ ହୋଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ ! ଏହି ଉତ୍ସବ ରେ ଦୀର୍ଘ ୨୫ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଜିଲ୍ଲା ର ବିଭିନ୍ନ ସମସ୍ୟା କୁ ଲୋକ ଲୋଚନ ତଥା ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାମ୍ବାଦିକ ନ୍ୟୁଜ ୧୮ ଓଡ଼ିଆ ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଅଂଶୁମାନ ପାତ୍ର ଙ୍କୁ ଶ୍ରେଷ୍ଠ ସାମ୍ବାଦିକତା ସମ୍ମାନ ରେ ସମ୍ବର୍ଦ୍ଧିତ କରା ଯାଇଥିଲା ! ସେହି ପରି ଜିଲ୍ଲା ର ପ୍ରତିଷ୍ଠିତ ଅନ୍ୟ ୪ ଜଣ ଙ୍କୁ ମଧ୍ୟ ବିଭିନ୍ନ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ସୁଶାନ୍ତ ମହାପାତ୍ର, ସମ୍ପାଦକ ଅକ୍ଷୟ କୁମାର ଦାସ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ