Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଗାଡ଼ି ଧକ୍କାରେ ଚିକିତ୍ସା ଧିନ ଯୁବକଙ୍କ ମୃତ ସରକାରଙ୍କ ସମୟର ନିୟମାବଳୀ କଟକଣା ଯୋଗୁଁ ଦିନକ ପରେ ବ୍ୟବଚ୍ଛେଦ

ପଟ୍ଟାଙ୍ଗି୨୬/୧୨କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ଅଧ୍ୟୁଷିତ ଙ୍କ ଚାଲିଚଳଣୀ ଏବଂ ଲୁକ୍କାୟାତ ଭାବେ ରହି ଯାଇଥିବା ପାରମ୍ପାରିକ ଗୀତ କୁ ନିଜ ୟୁଟୁବ୍ ଚ୍ୟାନେଲରେ ଲୋକ ଲୋଚନକୁ ଆଣୁଥିବା ଶଙ୍କର ପାଙ୍ଗି ଆହତ ହୋଇ ଚିକିତ୍ସା ଧିନ ରହିଥିବା ବେଳେ ତାଙ୍କର ମୃତ ଖବର ସୁଣି ପ୍ରସଂଙ୍ଗ ଙ୍କ ମଧ୍ୟରେ ଖେଳି ଯାଇଛି ଶୋକର ଛାୟା । ଏହିପରି ଘଟଣା ଘଟି ଯାଇଛି ଉପରୋକ୍ତ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ପଞ୍ଚାୟତ ଅଧିନରେ ରହିଥିବା କାର୍କାଗୁଡା ଗ୍ରାମରେ ବସବାସ କରୁଥିବା ପାଙ୍ଗି ପରିବାର ଙ୍କ କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ଗ୍ରାମର ଶଙ୍କର ପାଙ୍ଗି ଗତ ୦୬ ତାରିଖରେ କୈଣସି ଏକ କାର୍ଯ୍ୟରେ ଶେମିଳିଗୁଡା ଯାଇ ନିଜ ମୋଟର ସାଇକେଲରେ ଦୁସୁରା ଗ୍ରାମ ହୋଇ ଫେରୁ ଥିବାବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା । ଯାହାକି ସେହି ସମୟରେ ଶଙ୍କର ଗୁରୁତର ଆହତ ହୋଇ ପ୍ରଥମେ କୋରାପୁଟ ର ଏକ ଘରୋଇ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଜୟପୁର ର ଆଉ ଏକ ଅନ୍ୟ ଘରୋଇ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ । କିନ୍ତୁ ଉକ୍ତ ହସ୍ପିଟାଲରୁ ଆନ୍ଧ୍ର ପ୍ରଦେଶର ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତରିତ କରା ଯାଇଥିଲା ଉକ୍ତ ହସ୍ପିଟାଲରେ କିଛି ଦିନ ଚିକିତ୍ସା ପରେ ସୁସ୍ଥ ହୋଇ ନିଜ ଗ୍ରାମକୁ ଫେରି ଆସିଥିଲେ । ହଟାତ୍ ମଙ୍ଗଳବାର ପୁଣି ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ପୁକାଲି ସ୍ଥିତ ସରକାରୀ ହସ୍ପିଟାଲରେ ପହଞ୍ଚାଇ ଚିକିତ୍ସା କରିଥିଲେ ମଧ୍ୟ ଯୁବକ ଜଣଙ୍କ ସୁସ୍ଥ ଅନୁଭବ ନକରିବାରୁ ତାଙ୍କୁ କୋରାପୁଟ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରା ଯାଇଥିଲା । ଉକ୍ତ ମେଡ଼ିକାଲ କଲେଜରେ ଚିକିତ୍ସା ଆରମ୍ଭ ହେବାର କିଛି ସମୟ ପରେ ମୃତ୍ୟୁବରଣ ଘଟିଥିଲା । ସେପଟେ ଘଟଣା କୁ ନେଇ ପରିବାର ଏବଂ ସମ୍ପର୍କୀୟ ପଟ୍ଟାଙ୍ଗି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସରକାରଙ୍କ ନିୟମ ଅନୁସାରେ ସନ୍ଧ୍ୟା ୦୫ଟା ପରେ ଶବ ବ୍ୟବଚ୍ଛେଦ ହେବା ନିୟମ ରହିଥିବା ଯୋଗୁଁ ମୃତ ଶଙ୍କର ଙ୍କ ଶବ ଗୋଟିଏ ଦିନ ପରେ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର ପରେ ପୋଲିସ ଏକ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏଠାରେ ସୂଚନା ଥାଉକି କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଦୋରା ସମ୍ପ୍ରଦାୟ ପରିବାର ଦୀର୍ଘ ବର୍ଷ ଧରି ଆଦିବାସୀ ମାନ୍ୟତା ପାଇଁ ସରକାରଙ୍କ ସହ ସଂଘର୍ଷ ଲାଗିଥିବା ସମୟରେ ମୃତ ଶଙ୍କର ଜିଲ୍ଲା ସାଧାରଣ ସମ୍ପାଦକ ଦାଇତ୍ୱ ରେ ରହି ଅନେକ ସଂଘର୍ଷ କରି ନିଜର ଦାଇତ୍ଵ ତୁଲାଇଥିଲେ ।