Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଓ ଜାତୀୟ ସ୍ତର ପରବ ରେ ଦେଓମାଳି ଉତ୍ସବ ନିମନ୍ତେପଟ୍ଟାଙ୍ଗି ବ୍ଲକ କୁ ପୁରସ୍କୃତ ।

ପଟ୍ଟାଙ୍ଗି୨୬/୧୨କୋରାପୁଟ ଜିଲ୍ଲା ସଦର ମହକୁମା ସ୍ତରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଜିଲ୍ଲା ଓ ଜାତୀୟ ପରବ ରେ ଦେଓମାଳି ଉତ୍ସବ ନିମନ୍ତେ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ କୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଭି କିର୍ତ୍ତି ୱାସନ ଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି । ଏହି ଅବସରରେ ବ୍ଲକ ସ୍ତରୀୟ ପରବ ଜିଲ୍ଲାର ସମସ୍ତ ବ୍ଲକ ସ୍ତରରେ ପାଳନ ହୋଇଥିବା ବେଳେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମାରେ ଦୁଇଦିନ ପରବ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା । ଯାହାକି ବ୍ଲକ ସ୍ତରୀୟ ପରବ କାର୍ଯ୍ୟକ୍ରମ ଦେଓମାଳି ଉତ୍ସବ ନାମରେ ଉକ୍ତ ପର୍ଯ୍ୟଟନ ସ୍ଥଳୀ ରେ ପାଳନ ହୋଇଥିବା ସହ ଶାନ୍ତି ଶୃଙ୍ଖଳା ରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିବା ରୁ ପଟ୍ଟାଙ୍ଗି ବ୍ଲକ କୁ ଜିଲ୍ଲା ସ୍ତରରେ ସମ୍ମାନିତ କରା ଯାଇଥିବା ନେଇ
ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ସମ୍ପର୍ଦ୍ଦନା କାର୍ଯ୍ୟକ୍ରମ ରେ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ ନିଜ ଅଭିଭାଷଣ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଉକ୍ତ କାର୍ଯ୍ୟକ୍ରମ ସମୟରେ ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଅନ୍ୟ ବିଭାଗର ଅଧିକାରୀ , କର୍ମଚାରୀ , ଜନପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିବା ରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କୃତଜ୍ଞତା ଜଣାଇଥିଲେ । ଏହିପରି କି ଜିଲ୍ଲାରେ ହୋଇଥିବା ପରବ କାର୍ଯ୍ୟକ୍ରମ ସମୟରେ ମଞ୍ଚ ପରିଚାଳନା ବିଡ଼ିଓ ପଟ୍ଟନାୟକ ଙ୍କ ଦ୍ଵାରା ସୁରୁଖୁରୁରେ ହୋଇ ଥିବାରୁ ଅନେକ ପ୍ରଶଂସନୀୟ ହୋଇଥିଲା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଡ଼ିଓ ପଟ୍ଟନାୟକ ଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଉକ୍ତ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ଏଇଇ ବିଶ୍ୱନାଥ ମାଦଲି , ଜିପିଓ କିରଣ ଚନ୍ଦ୍ର ସାହୁ , ପିଇଓ ଦିବାକର ପୁରୁହିତ ଙ୍କ ଠାରୁ ଆରମ୍ଭ କରି ବ୍ଲକର ଅନ୍ୟ ପିଇଓ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ ।