ପାଟନା: ବାର୍ଥ ଡେ’ ପାର୍ଟି ଆସର ଜମିଥିବା ବେଳେ ପହଞ୍ଚି ଗଲେ ଟ୍ରାଫିକ ଡିସିପି । ମାଗିଲେ ଦାଦାବଟି । ହେଲେ ବଟି ନମିବାରୁ ରାଗରେ ସର୍ଭିସ ରିଭଲବଲରୁ ଫୁଟାଇଲେ ଗୁଳି । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ବିହାରର ରୋହିତସରେ ଘଟିଛି ଏଭଳି ଘଟଣା ।
ବିହାରରେ ମଦ ବ୍ୟାନ୍ ହୋଇଛି । ଏହାସତ୍ତ୍ୱେ ଏଠାରେ ବେଆଇନ ମଦ ପ୍ରସ୍ତୁତ ହେଉଥିବା ବେଳେ ଚୋରାରେ ମଧ୍ୟ ପଡ଼ୋଡୀ ରାଜ୍ୟରୁ ଆସୁଛି । ଶୁକ୍ରବାର ରାତିରେ ରୋହିତସରେ ବାର୍ଥଡେ’ ପାର୍ଟି ଚାଳିଥିବା ବେଳେ ଲୋକେ ଜମେଇ କି ମଦ ପିଉଥିଲେ । ଏନେଇ ଟ୍ରାଫିକ୍ ପୋଲିସ ପାଖରେ ଖବର ପହଞ୍ଚି ଥିଲା । ଟ୍ରାଫିକ୍ ଡିସଏସ୍ପି ତିନି ଚାରି ଜଣଙ୍କ ସହ ମିଶି ସେଠାରେ ପହଞ୍ଚିଥିଲେ । ତେବେ ପୋଲିସ କର୍ମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବଟି ମାଗି ଥିଲେ । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଜନ୍ମଦିନ ଉତ୍ସବ ପାଳନ କରୁଥିବା ଲୋକେ ଟ୍ରାଫିକ୍ ପୋଲିସକୁ ଟଙ୍କା ଦେବାକୁ ମନା କରିଥିଲେ। ବାସ୍ ଏତିକିରେ ରାଗି ଯାଇ ଟ୍ରାଫିକ୍ ଡିଏସ୍ପି ନିଜ ସର୍ଭିସ ବନ୍ଧୁକରୁ ଫାୟରିଂ କରିଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ପୁଲିସ ୬ ରାଉଣ୍ଡ ଗୁଳିମାଡ଼ କରିଥିଲା । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ବାର୍ଥ ଡେ’ ବୟ ରାଣା ଓମ୍ ପ୍ରକାଶ । ତାଙ୍କ ଛାତିରେ ଗୁଳି ବାଜିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଗୁରୁତର ଦୁଇ ଜଣ ହେଲେ ଅତୁଲ କୁମାର ଏବଂ ବିନୋଦ କୁମାର । ଏମାନଙ୍କ ହାତ ଓ କାନ୍ଧରେ ଗୁଳି ବାଜିଛି । ଟ୍ରାଫିକ୍ ପୋଲିସ ଡିଏସ୍ପି ଗୁଳିମାଡ଼ କରିବା ପରେ ମିଛ କେସ୍ରେ ସମସ୍ତଙ୍କୁ ଫସାଇବାକୁ ଧମକ ଦେଇ ଘଟଣାସ୍ଥଳରୁ ଚାଲିଯାଇଥିବା ମୃତକଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି ।