Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିଶା କାରବାରରେ ବିପୁଳ ସାମଗ୍ରୀ ଜବତ, ୧ ଗିରଫ

ଅତାବିରା: ବରଗଡ଼ ଜିଲା ଅତାବିରା ଥାନା ପକ୍ଷରୁ ଚଢ଼ାଉ କରାଯାଇ ନିଶା କାରବାରରେ ସମ୍ପୃକ୍ତ ଜୈନେକ ବ୍ୟକ୍ତିଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି l ତା ପାଖରୁ ବିପୁଳ ନିଶା କାରବାର ସାମଗ୍ରୀ ଜବତ କରାଯାଇଛି l ପୋଲିସ ସୂତ୍ରରୁ ପପ୍ରକାଶ ଯେ, ଗତ ତା ୩୦.୦୪.୨୦୨୩ ସନ୍ଧ୍ୟା ସମୟରେ ଗୋଡଭଗା, ଅନ୍ଧାରିପତରା ଓ ଚକୁଳି ଫାର୍ମ ଅଞ୍ଚଳରେ ପୋଲିସ ଚଢ଼ାଉ କରିଥିଲା l ଚକୁଳି ଫାର୍ମ ପାଖ ଗଣେଶ ଜୁଆଡି (22) କଫ ସିରଫ ଓ ଟେବଲେଟ ଅପମିଶ୍ରିତ ନିଶା ବିକ୍ରି କରୁଥିବା ର ଖବର ପାଇ ଅତାବିରା ପୋଲିସ ଚଢାଉ କରି ପୋଲିସ ତାକୁ ଧରିଥିଲା । ଗିରଫ ଗଣେଶ ଠାରୁ ୪‌‌ ଗୋଟି କଫ ସିରଫ,‌‌୨୦ ଲିଟର ଅପମିଶ୍ରିତ ଦ୍ରବଣ, ତିନିଗୋଟି ଖାଲି କପ ସିରଫ ବୋତଲ, ନିଶା ବାଟିକା ମାନ ପୋଲିସ ଜବତ କରିଛି l ଏହି ମାମଲାରେ ଅତାବିରା ଥାନା କେସ ନ ୧୬୮, ତା ୦୧.୦୫.୨୦୨୩ ୨୭୪/୨୭୫ IPC ରୁଜୁ କରାଯାଇ ଆସାମୀ‌କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି।