Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ୟୁଶନ୍ ଯାଇ ୩ ନାବାଳକ ନିଖୋଜ ହାଇଦ୍ରାବାଦ ରୁ ଉଧାର

ପଟ୍ଟାଙ୍ଗି୩୦/୧୨କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସ୍ଥିତ ବଡଗାଁ ଗ୍ରାମର ୦୩ ନାବାଳକ ନିଖୋଜ
ଘଟଣାରେ ଘଟିଛି ଅନ୍ତ । ସୂଚନା ମୁତାବକ ଉକ୍ତ ଗ୍ରାମରେ ବସବାସ କରୁଥିବା ନଟ ନାରାଜୀ , ଗୌରୀ ପାଲି ଏବଂ କେ ରଞ୍ଜନ (ମଣ୍ଟୁ) ପ୍ରମୁଖ ଙ୍କ ତିନି ପୁଅ ନିଖୋଜ ହୋଇଥିବା ନେଇ ବ୍ଲକ ସଦର ମହକୁମା ସମେତ ଉକ୍ତ ଗ୍ରାମରେ ଚହଳ ସୃଷ୍ଟି କରିଥିବା ବେଳେ ସୋମବାର ନିଖୋଜ ତିନି ନାବାଳକ ଙ୍କୁ ସୁଦୂର ହାଇଦ୍ରାବାଦ ରୁ ଉଧାର କରା ଯାଇଥିବା ସହ ମଙ୍ଗଳବାର ପଟ୍ଟାଙ୍ଗି ରେ ପହଞ୍ଚିବୁ ବୋଲି ଉପରୋକ୍ତ ତିନି ପରିବାର ଙ୍କ ମୁଖ୍ୟ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ସେପଟେ ନିଖୋଜ୍ ତିନି ପିଲଲା ଙ୍କୁ ନେଇ ସ୍ଥାନୀୟ ପୋଲିସ ପାଇଁ ଚିନ୍ତା ବଢାଇ ଦେଇଥିଲା । ଅନ୍ୟପକ୍ଷରେ ନିଖୋଜ ତିନି ନାବାଳକ କାହିଁକି ବା ଅନ୍ୟ କାହା କଥାରେ ପଢି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ ହାଇଦ୍ରାବାଦ କୁ ଯାଇଥିଲେ ସେନେଇ ଅନେକ କିଛି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ସେମାନେ ଫେରିବା ପରେ ଓ ଘରେ ପହଞ୍ଚିବା ପରେ ପ୍ରକୃତ ଘଟଣା କଣ ତାହା ଜଣା ପଡିବ ବୋଲି ପୋଲିସ ଆଶା ପ୍ରକାଶ କରିଛି । ଏଠାରେ ସୂଚନାଯୋଗ୍ୟ କି ଉକ୍ତ ବ୍ଲକ ଆନ୍ଧ୍ର ରାଜ୍ୟ ସୀମାନ୍ତ ହୋଇଥିବା ବେଳେ ଅନେକ ସମୟରେ ବିଭିନ୍ନ ଗ୍ରାମରୁ ରୋଜଗାର ନିମନ୍ତେ ହାଇଦ୍ରାବାଦ ଓ ଚେନ୍ନାଇ କୁ ଦାଦନ ଶ୍ରମିକ ଭାବେ ଯାଇଥାନ୍ତି । ତାହା କାହିଁକି ତିନି ନାବାଳକଙ୍କ କ୍ଷେତ୍ରରେ ହୋଇ ନଥିବ ବୋଲି ଗ୍ରାମବାସୀ ଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଦି ଜିଲ୍ଲାର ସୀମାନ୍ତ ସ୍ଥାନ ଓ ଜିଲ୍ଲା ବାହାର କୁ ଯଥା ଅନ୍ୟ ରାଜ୍ୟ କୁ ଯାଉଥିବା ବସ ବା ଟ୍ରେନ୍ ଗୁଡିକ କୁ ଠିକ୍ ଭାବେ ଯାଞ୍ଚ କରା ଯାଇ ପାରନ୍ତା ତାହେଲେ ଦାଦନ ଶ୍ରମିକ ଚାଲାଣ କ୍ଷେତ୍ରରେ ଅନେକ ସୁଧାର ଆସି ପାରନ୍ତା ବୋଲି ମତ ପ୍ରକାଶ ପାଇଛି । ସେପଟେ ଉଧାର ହୋଇଥିବା ତିନି ନାବାଳକ ଙ୍କୁ ପରିବାର ସଦସ୍ୟ ପୋଲିସ କୁ ହସ୍ତାନ୍ତର କରିବ ନା ନିଜ ହେପାଜିତ୍ ରେ ରଖିବ ସେନେଇ ପ୍ରଶ୍ନ ସୃଷ୍ଟି କରିଛି ।