Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଗାଣ ବର୍ଷା ରେ ଉଜୁଡିଲା ଚାଷ,କ୍ଷତିପୂରଣ ଦାବି ରେ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ଦାବିପତ୍ର ପ୍ରଦାନ।

କଳାହାଣ୍ଡି:୩୧/୧୨(ସନତ ପ୍ରଧାନୀ)
ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାଜ୍ୟରେ ଚାଷି ଙ୍କ ଆର୍ଥିକ ମାନଦଣ୍ଡ ଦୋହଲିଯାଇଛି। ନିଜ ଆଖି ଆଗରେ ଉଜୁଡିଥିବା ଫସଲ ଦେଖି ରାଜ୍ୟର କିଛି ଚାଷି ଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଅନୁରୂପ ଭାବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଗତ ୨୪ ଓ ୨୫ ତାରିଖରେ ୩୬ ଘଣ୍ଟା ମଧ୍ୟରେ ୧୩୫ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ଲଗାଣ ବର୍ଷା ଯୋଗୁଁ ବ୍ଲକ ର ୨୨ ପଂଚାୟତ ରେ ଚାଷି ଙ୍କ ଅମଲକ୍ଷମ ଧାନ ବିଲ ରେ ନଷ୍ଟ ହେବାସହ ଅମଳ କରି ବିକ୍ରି ପାଇଁ ରଖିଥିବା ଧାନ ଖଳା ରେ ନଷ୍ଟ ହୋଇଛି। ସେହିପରି ବିଭିନ୍ନ ମଣ୍ଡି ରେ ପଡି ରହିଥିବା ହଜାର ହଜାର କ୍ୱିଣ୍ଟାଲ ଧାନ ମଧ୍ୟ ବର୍ଷା ରେ ଓଦା ହୋଇ ଗୁଣବତ୍ତା ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷି। ଏହାସହ ତୈଳବିଜ ଫସଲ, ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଥିବା ଚାଷି ଅଭିଯୋଗ କରିଛନ୍ତି। ଲଗାଣ ବର୍ଷା ରେ କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ଦାବି କରି ମଙ୍ଗଳବାର କୋକସରା ବ୍ଲକ କୃଷକ ସଚେତନ ମଞ୍ଚ ପକ୍ଷରୁ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱରେ ୨୨ ପଞ୍ଚାୟତ ର ଶତାଧିକ ଚାଷୀ କୋକସରା ଜଗନ୍ନାଥ ମନ୍ଦିର ରୁ ଏକ ଶୋଭାଯାତ୍ରାରେ ବାହାରି ଶସ୍ୟବିମା ଲାଗୁ, ଇନପୁଟ ସବସିଡ଼ି,କୃଷିରୁଣ ଛାଡ଼,ଛାତ୍ରଛାତ୍ରୀ ଙ୍କ ଫି ଛାଡ଼, ମେଗାଲିଫ୍ଟ ରୁ ରବି ଚାଷ ପାଇଁ ଜଳସେଚନ, ସହ ଅନ୍ୟାନ୍ୟ ଦାବି ରେ ନାରାବାଜି କରି ସ୍ଥାନୀୟ କୋକସରା ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ଏକ ପଥପ୍ରାନ୍ତ ସଭା ରେ ଚାଷୀ ଙ୍କ ନ୍ୟାର୍ଯ୍ୟ ଦାବି କୁ ଶୀଘ୍ର ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ପୂରଣ କରିବା ପାଇଁ ଦାବି କରିଛନ୍ତି। ପରେ ତହସିଲଦାର ନବୀନ କିଶୋର ପାଢ଼ୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ସଚେତନ କୃଷକ ମଞ୍ଚ ପକ୍ଷରୁ ମିନିକେତନ ପ୍ରଧାନୀ, ଜୟଲାଲ ନାଏକ, ଘନଶ୍ୟାମ ନାଏକ, ଧର୍ମବ୍ରତ ପଣ୍ଡା, ଗରୁଡ଼ ଧ୍ଵଜ ମାଝୀ, କମଳାକାନ୍ତ ପଣ୍ଡା, ପ୍ରକାଶ ଚୌଧୁରୀ,କେଶବ ଚନ୍ଦ୍ର ନାଏକ, ରଘୁନାଥ ପଣ୍ଡା,ଚିନ୍ତାମଣି ପଟେଲ, ମନିଜର ପୋଢ଼,ନିମାଇଁ ଧଙ୍ଗଡା ମାଝୀ, ଗୁପ୍ତେଶ୍ଵର ବାଗ, ଅରବିନ୍ଦ ପଟ୍ଟନାୟକ, ମୁକ୍ତେଶ୍ଵର ନାଏକ, ହରେକୃଷ୍ଣ ନାଏକ,ରାଜ କିଶୋର ସାହୁ,ବାବୁ ସାହୁ,ଭୁବନେଶ୍ୱର ମାଝୀ ସମେତ ଶତାଧିକ ଚାଷୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ