Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ କଲେଜ ଅଭିଯାନ ଓ ପୁରାତନ ଛାତ୍ର ସଂସଦ ବୈଠକ।

ଗୋପାଳପୁର: ଗୋପାଳପୁର କଲେଜରେ ଆଜି ମୋ କଲେଜ୍ ଅଭିଯାନ ଓ ପୁରାତନ ଛାତ୍ର ସଂସଦର ବୈଠକ କଲେଜର ଅଧ୍ୟକ୍ଷ ଡ଼ଃ ରାମ ପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ଉପ ନିର୍ଦେଶକ ଡ଼ଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ମୋ କଲେଜ୍ ଅଭିଯାନ ଯୋଜନା ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି କଲେଜର ପୂର୍ବତନ ଅଧକ୍ଷ ଏସ. ରାମା ରାଓ,ପୂର୍ବତନ ଅଧକ୍ଷ ରମା କାନ୍ତ ଚୌଧୁରୀ,ପୁରାତନ ଛାତ୍ର ସଂସଦ ର ସଭାପତି ଏ.ଜାନକୀ ରାମ,ସମ୍ପାଦକ ରାଜୀବ ଲୋଚନ ମିଶ୍ର,ସଦସ୍ୟ ଏମ.କlମେଶ୍ୱର ରାଓ ପ୍ରମୁଖ ମଞ୍ଚାସିନ ରହି କଲେଜ ର ଉନ୍ନତି କ୍ଷେତ୍ରରେ ପୁରାତନ ବିଦ୍ୟାର୍ଥୀ ମାନେ ଆଗକୁ ଆସି ସହଯୋଗ କରିବାକୁ ମତବ୍ୟକ୍ତ ଦେଇଥିଲେ।ଅଧ୍ୟାପକ ଡ଼ଃ ରାମ ଚନ୍ଦ୍ର ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ର ସଂଯୋଜକ ଅଧ୍ୟାପକ ଆଶୁତୋଷ ଷଡ଼ଙ୍ଗୀ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସଂସଦର ସହ ସମ୍ପାଦିକା ରମିଳାl କୁମରୀ ଦାସ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ଡ଼ଃ ପ୍ରଦୀପ୍ତ କୁମାର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସର ରେ ପୁରାତନ ଛାତ୍ର ଛାତ୍ରୀ ମାନେ ନିଜ ନିଜ ମତବ୍ୟକ୍ତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ,ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories