Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମସେରପଦର ଗ୍ରାମରେ ମାଣ୍ଡିଆ ଦିବସ ପାଳିତ

ଖଡ଼ିଆଳ : ଖଡ଼ିଆଳ ବ୍ଲକ ଡୁଆଝର ପଞ୍ଚାୟତର ସମସେରପଦର ଗ୍ରାମରେ ଅନ୍ତର୍ଜାତୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଚଲାନପଡ଼ା ପଲ୍ଲୀବିକାଶ ଅନୁଷ୍ଠାନର ସଂଯୋଜକ ଝସକେତନ ବାଗଙ୍କ ତତ୍ୱାବଧାନ ଅନ୍ତର୍ଜାତୀୟ ମାଣ୍ଡିଆ ଦିବସ ଅବସରରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଶଶିକଲା ମାଝୀ, ଭୂମିସୁତା ମାଝୀ ଓ ଏ.ଏନ.ଏମ ଯମୁନା ନାଏକ, ସ୍ୱାସ୍ଥ୍ୟକର୍ମୀ ଗୋପାଳ ଖମାରୀ ଏବଂ ପଲ୍ଲୀବିକାଶ ଅନୁଷ୍ଠାନର କର୍ମୀ ଦୟାରାମ ତାଣ୍ଡି, ନିରଞ୍ଜନ ନିଆଲ ଓ ସ୍ଥାନୀୟ ସ୍ୱୟଂସହାୟକ ଗୋଷ୍ଠୀ ଉପସ୍ଥିତ ମା ମାନେ ଏବଂ ସ୍ଥାନୀୟ ଅଞ୍ଚଳ ଜନସାଧାରଣ ଉକ୍ତ ବୈଠକରେ ଉପସ୍ଥିତ ଥିଲେ l ପଲ୍ଲୀବିକାଶ ଚଳାନପଡାରୁ ଆସିଥିବା କର୍ମୀ ମାନଙ୍କ ଦ୍ୱାରା କ୍ଷୁଦ୍ର ଶସ୍ୟ ଜାତୀୟର ପୁଷ୍ଟି କାରିତା ବିଷୟରେ ବୁଝାଇ କ୍ଷୁଦ୍ର ଶସ୍ୟ ଦ୍ଵାରା ପ୍ରସ୍ତୁତ ସୁସ୍ୱାଦ ଖାଦ୍ୟ ବଣ୍ଟନ କରାଯାଇଥିଲା । ଯେପରିକି ଅଞ୍ଚଳର ପ୍ରତେକ ପରିବାର କ୍ଷୁଦ୍ର ଶସ୍ୟ ଜାତୀୟ ଚାଷକୁ ଗୁରୁତ୍ୱ ଦେବା ସହ ପ୍ରତିଦିନ ତାଙ୍କ ଖାଦ୍ୟରେ କିଛିନା କିଛି (ମିଲେଟ) କ୍ଷୁଦ୍ର ଶସ୍ୟ ଖାଦ୍ୟକୁ ଗ୍ରହଣ କରିବେ ଏବଂ ସ୍ୱାସ୍ଥ୍ୟବାନ ହୋଇରହିବା ନିମିତ୍ତ ଉପଦେଶ ଦିଆଯାଇଥିଲା l ଆଗକୁ ଉକ୍ତ ଅଞ୍ଚଳର ଚାଷୀ ମାନେ ଏଥିପ୍ରତି ଅଧିକରୁ ଅଧିକ ଦେଇ ଲୁଚିଯାଇଥିବା ମାଣ୍ଡିଆ, ଗୁର୍ଜି, କାଙ୍ଗୁ, ବାଜାରା, କୋଦୋ ଭଳି କ୍ଷୁଦ୍ର ଶସ୍ୟ ଜାତୀୟ କରି ଜୀବିକା ନିର୍ବାହ କରିବା ସାଙ୍ଗେ ସାଙ୍ଗେ ପ୍ରତେହ କିଛି ପରିମାଣରେ ନିଜ ଖାଦ୍ୟ ରୂପେ ଗ୍ରହଣ ପାଇଁ ଜାରି ରଖିବେ ବୋଲି ମତ ପ୍ରକାଶ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ