Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପର୍ଯ୍ୟଟନ ସ୍ଥଳୀ ରେ ପର୍ଯ୍ୟଟକ ଙ୍କ ପାଇଁ ଉଧାହରଣ ସାଜିଲା ବ୍ଲକ ପ୍ରଶାସନ

ପଟ୍ଟାଙ୍ଗି୦୪/୨୫କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ପର୍ଯ୍ୟଟନ ସ୍ଥଳୀ ଦେଓମାଳି କୁ ପର୍ଯ୍ୟଟକ ଙ୍କ ସୁଅ ଛୁଟିବାରେ ଲାଗିଛି । ଉକ୍ତ ପର୍ଯ୍ୟଟନ ସ୍ଥଳୀ ରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦୃଶ୍ୟକୁ ନିଜ ନିଜ ମୋବାଇଲ କ୍ୟାମେରା ରେ କଏଦ କରି ପର୍ଯ୍ୟଟକ ମାନେ
ମଜା ଉଠାଉଛନ୍ତି ସତ କିନ୍ତୁ ପର୍ଯ୍ୟଟକ ମାନେ ଦେଓମାଳି ବୁଲାବୁଲି କରି ଫେରିବା ସମୟରେ ଯେଉଁ ଭଳି ଅପରିସ୍କାର କରି ଚାଲି ଯାଉଛନ୍ତି ତାହା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନ ସ୍ଥଳୀ ଦେଓମାଳି କୁ ସମ୍ପୂର୍ଣ୍ଣ ଅପରିବେଶ ସୃଷ୍ଟି  କରିବା ସହ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି କରିବା ସହ ଅନ୍ୟ ପର୍ଯ୍ୟଟକ ମାନଙ୍କ କ୍ଷେତ୍ରରେ ଏହା ଘୃଣାର ମନଭାବ ସୃଷ୍ଟି କରୁଛି । ଏହିପରି କିଛି ଅବ୍ୟବସ୍ଥା କୁ ଦୃଷ୍ଟିରେ ରଖି ପଟ୍ଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ପ୍ରୟାସ ରେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ , ଏଇଇ ବିଶ୍ୱନାଥ ମାଦଲି , ବିଏସଏସଓ ସୁଧୀର କୁମାର ସାହୁ , ଏପିଓ ସୈମେନ୍ଦ୍ର ପ୍ରିୟ ଦର୍ଶି ନାୟକ , ପିଇଓ ଦିବାକର ପୁରୋହିତ , କଣ୍ଡା ଗୋଲରି , କନିଷ୍ଠ ଯନ୍ତ୍ରୀ ତରୁଣ କୁମାର ନାୟକ ପ୍ରମୁଖ ଙ୍କ ସହ ବ୍ଲକର ଅନ୍ୟ କର୍ମଚାରୀ ମାନଙ୍କ ସହଯୋଗରେ ଅପରିସ୍କାର ପରିପୂର୍ଣ୍ଣ ଦେଓମାଳି ପର୍ଯ୍ୟଟନ ସ୍ଥଳୀ କୁ କୋଟିଆ ବିଭିନ୍ନ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଜରୀଆରେ ପ୍ରଥମ ଟାୱାର୍ ଠାରୁ ଆରମ୍ଭ କରି ହୋଇ ଥିବା ତନଖି ଫାଟକ ପର୍ଯ୍ୟନ୍ତ ସମସ୍ତ ଅଳିଆ ଆବର୍ଜନା କୁ ସଫାସୁତୁରା କରି ଉକ୍ତ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଉଧାହରଣ ସୃଷ୍ଟି କରିବା ସହ ପରିବେଶ କୁ ସୁରକ୍ଷିତ ରଖିଲେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ମଧ୍ୟ ସୁରକ୍ଷିତ ରଖିବା ରେ କୈଣସି ପ୍ରତିବନ୍ଦକ ହେବ ନାହିଁ ବୋଲି ଆହ୍ୱାନ ଦେଇଥିଲେ । ଏହିପରି କି ଦେଓମାଳି କୁ ବୁଲିବା କୁ ଆସୁଥିବା ସମସ୍ତ ପର୍ଯ୍ୟଟକ ମାନଙ୍କୁ ନିଜ ଘରର ପରିବେଶ କୁ ଯେପରି ସଫାସୁତୁରା ରଖିବା ପାଇଁ ଇଛା ପ୍ରକାଶ କରୁଛୁ ସେହିପରି ନିଜ ପରିବାର ସହ ସାଙ୍ଗସାଥି ମାନଙ୍କୁ ନେଇ ବୁଲିବା କୁ ଆସୁଥିବା ଦେଓମାଳି ପର୍ଯ୍ୟଟନ ସ୍ଥଳୀ କୁ ସଫାସୁତୁରା ରଖିବା ନିଜର ଦାଇତ୍ଵ ରହିଛି ବୋଲି ପର୍ଯ୍ୟଟକ ମାନଙ୍କୁ ବୁଝାଇଲେ । ସେପଟେ ବ୍ଲକ ପ୍ରଶାସନ ର ଏହିପରି ଉଦ୍ୟମ କୁ ଦେଓମାଳି କୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରଶଂସା କରିଥିବା ସହ ନିଜର ଦାଇତ୍ଵ ଉପରେ ମଧ୍ୟ ନିଜେ ନିଜେ ସଚେତନ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ ।