Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଟାପାଲି ସମିତି ସଭ୍ୟ ଉପନିର୍ବାଚନ

ତରଭ: ତରଭା ବ୍ଲକ କଟାପାଲି ସମିତି ସଭ୍ୟ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ଶେଷ ହୋଇଛି।ଏଥିରେ ୭୭.୪୮ ପ୍ରତିଶତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି।ସମିତି ସଭ୍ୟ ପଦବୀ ପାଇଁ ମନୋଜ କୁମାର ପଣ୍ଡା ଓ କୃପାନିଧି ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା।ପଞ୍ଚାୟତର ମୋଟ ୧୦୪୮ ଜଣ ପୁରୁଷ ଓ ୧୦୧୭ ଜଣ ମହିଳା ଭୋଟର ଏଭଳି ମୋଟ ୨୦୬୫ ଜଣ ଭୋଟରଙ୍କ ମଧ୍ୟରୁ ୭୯୩ ଜଣ ପୁରୁଷ ଓ ୮୦୭ ଜଣ ମହିଳା ଏଭଳି ମୋଟ ୧୬୦୦ ଜଣ ଭୋଟର ମତଦାନ କରିଛନ୍ତି।ଆସନ୍ତା ଗୁରୁବାର ଭୋଟ ଗଣତି ହେବ।ଏହି ନିର୍ବାଚନରେ ତରଭା ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ ନିର୍ବାଚନ ଅଧିକାରୀ ଓ ସୋନପୁରର ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର ମାଜିଷ୍ଟ୍ରେଟ ଦାୟିତ୍ୱ ତୁଲାଇ ଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ତରଭା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ୪୦ ଜଣ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ।ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି ଓ ଅତିରିକ୍ତ ଏସପି ହେମନ୍ତ କୁମାର ପାଢୀ ସୁପରଭିଜନ ଦାୟିତ୍ୱରେ ରହିଥିଲେ।