ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ ର ପଞ୍ଚମ ସନ୍ଧ୍ୟା ରେ ଅଭିନିତ ହେଲା ପୁତନା ବଧ ଖବର ଶୁଣି କଂସ ମର୍ମାହତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲ‍ା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରେ କିଶୋର ହୋତାଙ୍କ ନେତୃତ୍ବରେ ଚାଲିଥିବା ତୃତୀୟ ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବର ସୋମବାର ଥିଲା ପଞ୍ଚମ ରଜନୀ l ମଥୁରା ନଗରୀରେ କଂସ ମହାରାଜ ନଗର ଭ୍ରମଣ କରି ବିରାଟ ଶୋଭାଯାତ୍ରାରେ ରଙ୍ଗ ମଞ୍ଚରେ ପହଁଚିଥିଲେ I ପ୍ରଥମେ ଶିବ ଆରଧନା ଏବଂ ବନ୍ଦନା କରିଥିଲେ ମହାରାଜ କଂସ l ପୁତନା ରାକ୍ଷସୀ ପ୍ରେରଣ କରି ଖୁସି ବ୍ୟକ୍ତକରି ବିଭିନ୍ନ ବିକଟାଳ ହସ ରେ ମଞ୍ଚ କମ୍ପି ଉଠୁଥିଲା l ସ୍ଥାନୀୟ କଳାକାର ଙ୍କ ନୃତ୍ୟରେ ମୁଗ୍ଧ ହୋଇଥିଲେ ମହାରାଜ କଂସ l ଏ ଅବସରରେ ଦରବାରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ , ସମ୍ମାନିତ ଅତିଥି ଭାବରେ ଗତ ବିଧାନସଭା ସଭା ନିର୍ବାଚନ ରେ ବିଧାୟକ ପ୍ରାର୍ଥୀ ଥିବା ବିନିକା ଯୁବନେତା ପ୍ରଦୀପ କୁମାର ସେଠି, ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା , ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ , ପ୍ରଦୀପ ବଢେଇ , ଅକ୍ଷୟ ମହାକୁଡ , ପ୍ରଦୀପ ପ୍ରଧାନ ତଥା ଯାତ୍ରା କମିଟିର ସଂପାଦକ ଅକ୍ଷୟ ସରାଫ ପ୍ରମୁଖ ରାଜ ଅତିଥିଭାବେ ମଞ୍ଚାସିନ ହୋଇ ଦୀପ ପ୍ରଜ୍ବଳନ କରିଥିଲେ I ସମାଜ ପାଇଁ ଉଦାହରଣ ସାଜିଥିବା ବିଭିନ୍ନ ଅନୁଷ୍ଠାନ କୁ ସମ୍ମାନିତ କରା ଯାଇଥିଲା । ପରେ ପୁତନା ନିହତ ଖବର ଶୁଣି କଂସ ମର୍ମାହତ ହୋଇଥିବା କାହାଣୀ ଅଭିନୟ ହୋଇଥିଲା । ବିଭିନ୍ନ କୁନି କଳାକାର ଙ୍କ ଦ୍ଵାରା ନୃତ୍ୟ ଗୀତ ର ଆସର ହୋଇଥିଲା I ଧନୁଯାତ୍ରାରେ ଚିଚିଣ୍ଡା ଗ୍ରାମର ଝଷକେତନ ପଧାନ କଂସ ଭୁମିକାରେ ନିଖୁଣ ଅଭିନୟ କରିଥିଲେ । ବୀରମହାରାଜପୁର ମୁକ୍ତାକାଶ ରଙ୍ଗମଞ୍ଚରେ କଂସଙ୍କ ଅଭିନୟ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମିଥିବା ବେଳେ ଯୁଗଳ କିଶୋର ମିଶ୍ର , ତନ୍ମୟବାଳା ମିଶ୍ର , ସନ୍ତୋଷିନୀ ନାୟକ , ଚିନ୍ମୟ ସାହୁ , ସୁରୁବାବୁ ପ୍ରଧାନ ଅଭିମନ୍ୟୁ ବଗର୍ତ୍ତି ପ୍ରମୁଖ ମଞ୍ଚ ପରିଚାଲନା କରିଥିଲେ । କଂସ ଏବଂ ବିଭିନ୍ନ କଳାକାର ମାନଙ୍କ ଦ୍ଵାରା ଅଭିନିତ ଏହି ଧନୁଯାତ୍ରା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା I