Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରୀ ଙ୍କ ଆତ୍ମସୁରକ୍ଷା ନିମନ୍ତେ ୦୮ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

ପଟ୍ଟାଙ୍ଗି୦୭/୦୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସ୍ଥିତ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରୀ ମାନଙ୍କୁ ନେଇ ଏକ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଘାଟନ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟାପିକା ତଥା ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଅଧିକାରୀ ରାଜଶ୍ରୀ କୁମାରୀ ବିଶ୍ୱାଳ ଙ୍କ ପ୍ରତେକ୍ଷ ଦର୍ଶିରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଶାନ୍ତୁନ୍ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୦୮ ଦିନିଆ ଉକ୍ତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏଥିସହ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବା ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ବର୍ତ୍ତମାନ ସମୟରେ ଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ମହିଳା ମାନଙ୍କ ଉପରେ ଅତ୍ୟାଚାର ପଡିବା ସହ ଅସୁରକ୍ଷିତ ବଢ଼ିବାରେ ଲାଗିଛି । ସେଥିପାଇଁ ନିଜେ କିପରି ନିଜକୁ ସୁରକ୍ଷା ଦେବା ଆବଶ୍ୟକ ସେଥିପାଇଁ ଅନେକ ଶିକ୍ଷା ଲାଭ କରିବା ଜରୁରୀ ରହିଛି । ସେଥି ଭିତରୁ ଆତ୍ମସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ବୋଲି ଗ୍ରହଣ କରିବା ଆବଶ୍ୟକ ରହିଛି ବୋଲି ନିଜ ଅଭିଭାଷଣ ଡାକ୍ତର ରାଉତ ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ସାମଲ ସମ୍ମାନୀୟ ଅତିଥି ରୁପେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ନିଜର ଦାଇତ୍ଵ ସମ୍ପର୍କରେ ବୁଝାଇ ଆରମ୍ଭ ହୋଇଥିବା ଆତ୍ମସୁରକ୍ଷା ଶିବିରରେ ଠିକ୍ ସମୟରେ ଯୋଗ ଦେଇ ତାଲିମ୍ ଦେଉଥିବା ତାଲିମଦାତା ଙ୍କ ଠାରୁ ବିଭିନ୍ନ କୈଶଳ ର ସୁରକ୍ଷା ସମ୍ପର୍କରେ ଶିକ୍ଷା ଲାଭ କରି ନିଜକୁ ସୁରକ୍ଷା ଦେବା ସହ ନିଜ ସହପାଠୀନି ମାନଙ୍କୁ ମଧ୍ୟ ସୁରକ୍ଷା ଦେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ନିଜ ନିଜ ଅଭିଭାଷଣ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।