Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁ ମିଳନରେ ଯନ୍ତ୍ରୀ , ପିଇଓ ଏବଂ କିରାଣୀ ଙ୍କୁ ବ୍ଲକ ପ୍ରକାଶ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା

ପଟ୍ଟାଙ୍ଗି୦୭/୦୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ପଞ୍ଚାୟତ ରେ ନିୟୋଜିତ ହୋଇ ସରକାରଙ୍କ କାର୍ଯ୍ୟକ୍ରମ କୁ ପରିଚାଳିତ କରି ଆସୁଥିବା
ଯନ୍ତ୍ରୀ , ପିଇଓ ଏବଂ କିରାଣୀ ଯଥା ତିନି ଜଣଙ୍କୁ ଅନ୍ୟତ୍ର ବ୍ଲକ କୁ ବଦଳି ହୋଇ ଚାଲି ଯାଇଥିବା ଉକ୍ତ କର୍ମଚାରୀ ଙ୍କୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ବ୍ଲକ ପ୍ରଶାସନ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ କି ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ନନ୍ଦପୁର ବ୍ଲକର ପର୍ଯ୍ୟଟନ ସ୍ଥଳୀ ରାଣୀ ଡୁଡୁମା ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ କାର୍ଯ୍ୟାଳୟ ଯୋଗ ଦେବା ପରଠାରୁ ଦୀର୍ଘ ୦୯ ବର୍ଷ ଧରି ବିଭିନ୍ନ ପଞ୍ଚାୟତ ରେ ନିୟୋଜିତ ହୋଇ ଯନ୍ତ୍ରୀ ର ଦାଇତ୍ଵ ତୁଲାଇଥିବା କନିଷ୍ଠ ଯନ୍ତ୍ରୀ ଅଜୟ ରାମ ତରାଇ ଙ୍କୁ ଶେମିଳିଗୁଡା ବ୍ଲକ କୁ ବଦଳି ହୋଇଛି । ଯାହାକି ଯନ୍ତ୍ରୀ ତରାଇ ପଟ୍ଟାଙ୍ଗି ବ୍ଲକର ବିଭିନ୍ନ ପଞ୍ଚାୟତ ରେ କାର୍ଯ୍ୟ ତୁଲାବା ସହ ବ୍ଲକର ସବୁଠାରୁ ସମ୍ବେଦନଶୀଳ ଭାବେ ପରିଚିତ କୋଟିଆ ପଞ୍ଚାୟତ ରେ ଦୀର୍ଘ ବର୍ଷ ଦାଇତ୍ଵ ରେ ରହି ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଇବାରେ ଯେପରି ନିଜର ସହଯୋଗ କରି ଆସିଥିଲେ ତାହା ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଇଁ ଅନେକ ସହାୟକ ହୋଇ ପାରିଥିବାରୁ ତାଙ୍କୁ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ବ୍ଲକ ପ୍ରଶାସନ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସେହିପରି ପିଇଓ କୈମଳ ଲୋଚନ ପରଜା ବ୍ଲକରେ ଯୋଗଦାନ କରି ନୁଆଁଗା ପଞ୍ଚାୟତ ଠାରୁ ଆରମ୍ଭ କରି ଗାଙ୍ଗରାଜପୁର ପଞ୍ଚାୟତ ର ଦାଇତ୍ଵ ରେ ରହି ସରକାରୀ କାର୍ଯ୍ୟକ୍ରମ ସୁରୁଖୁରୁରେ ପରିଚାଳିତ କରି ଜୟପୁର ବ୍ଲକ କୁ ବଦଳି ହୋଇ ଯାଇଥିବାରୁ ତାଙ୍କୁ ମଧ୍ୟ ବିଦାୟ ଜଣା ଯାଇଥିଲା । ଏହିପରି ବ୍ଲକ ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଙ୍ଗଳ ସମାଜ କଲ୍ୟାଣ ବିଭାଗରେ ବହୁତ କମ ଦିନ ରହି ସରକାରଙ୍କ ଭର୍ତ୍ତା ପ୍ରଦାନ କାର୍ଯ୍ୟକ୍ରମ ରେ ନିଜର ମୂଲ୍ୟବାନ ଦାଇତ୍ଵ ତୁଲାଇଥିବା କନିଷ୍ଠ ସହାୟକ ଗୋପି ନାଥ ସାହୁ ବୋରିଗୁମ୍ମା ବ୍ଲକ କୁ ବଦଳି ହୋଇ ଯାଇଥିବାରୁ ତାଙ୍କୁ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ରେ ବିଦାୟ ଜଣା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କର୍ମକର୍ତ୍ତା ଉପସ୍ଥିତ ରହି ବିଦାୟ ଜଣାଇଥିଲେ ।