Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର
ଲକ୍ଷ୍ମୀପୁର ୦୭/୦୧ …ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରୟୋଜିତ ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ  ଗିରିଜା କୁମାର  ଚୌଧୁରୀଙ୍କ ସଭାପତିତ୍ବରେ ଉଦଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବେ  ସ୍ଥାନୀୟ ଆଇ. ଆଇ. ସି.  ସୁଜ୍ଞାନୀ ସାହୁ ଯୋଗଦେଇ ଛାତ୍ରୀମାନଙ୍କୁ ନିଜର ସୂରକ୍ଷା କେମିତି କରିପାରିବେ ସେ ସମ୍ବନ୍ଧିତ ବିଭିନ୍ନ ଉପାୟ ବର୍ଣ୍ଣନା କରି ଅନ୍ୟମାନଙ୍କୁ ମଧ୍ଯ ସଚେତନ କରିବାକୁ ପ୍ରବର୍ତ୍ତାଇ ଥିଲେ। ସମ୍ମାନିତ ଅତିଥି ପ୍ରlଧ୍ୟାପକ ଡଃ ଜଗନ୍ନାଥ ରଥ ମଧ୍ଯ ଛାତ୍ରୀମାନଙ୍କୁ ଏହି ତାଲିମ କାର୍ଯ୍ୟକ୍ରମରେ ଭାଗ ନେଇ ନିଜେ କିପରି  କୌଣସି ବି ପରିସ୍ଥିତିର ମୁକାବିଲା କରିପାରିବେ ସେ ବିଷୟରେ ସଚେତନ କରାଇ ଥିଲେଏହି ଅବସରରେ ଅଧ୍ୟକ୍ଷ  ଶ୍ରୀ ଚୌଧୁରୀ ମଧ୍ଯ ଆତ୍ମ ସୂରକ୍ଷା କୌଶଳ କାହିଁକି ଆବଶ୍ଯକ ସୂଚାଇ ଥିଲେ। ପ୍ରଶିକ୍ଷକ ବିଣାପାଣୀ ମହାନନ୍ଦିଆ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର କୌଶଳଗୁଡିକ ବିଷୟରେ ବର୍ଣ୍ଣନା କରିଥିଲେ । ଅଧ୍ୟାପିକା ମଧୁସ୍ମିତା ବିଶ୍ଵାଳ,ହେଲେନl ପ୍ରିୟଦର୍ଶିନୀ ସିଂ, ଜାଜ୍ଞସେନୀ କନ୍ଧପାନ ଏବଂ କାହ୍ନୁ ଚରଣ ବିଶୋୟୀ, ପବିତ୍ର ମଣ୍ଡଳ ଓ ଅନ୍ଯାନ୍ଯ କର୍ମଚାରୀଙ୍କ ସମେତ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ