ବ୍ଲକ ପ୍ରଶାସନ ର ଅଭିନବ ପ୍ରୟାସ ପର୍ଯ୍ୟଟନ ସ୍ଥଳୀ କୁ ସଫା ସୁତୁରା ରଖିବା ନିମନ୍ତେ ପର୍ଯ୍ୟଟକ ଙ୍କ ଦାଇତ୍ଵ


ପଟ୍ଟାଙ୍ଗି୦୯/୦୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଧିନସ୍ଥ ତଥା କୋଟିଆ ପଞ୍ଚାୟତ ର ପର୍ଯ୍ୟଟନ ସ୍ଥଳୀ ଦେଓମାଳି କୁ ପର୍ଯ୍ୟଟକ ମାନେ କିପରି ସଫାସୁତୁରା ରଖିବେ ସେନେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ଉକ୍ତ ବ୍ଲକ ପ୍ରଶାସନ । ସୂଚନା ମୁତାବକ ଉକ୍ତ ପର୍ଯ୍ୟଟନ ସ୍ଥଳୀ କୁ ରାଜ୍ୟ ତଥା ଜିଲ୍ଲା ଓ ବ୍ଲକ ବାହାରୁ ପ୍ରତିଦିନ ପର୍ଯ୍ୟଟକ ଙ୍କ ଭିଡ଼ ଜମୁଥିବା ବେଳେ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକ ଙ୍କର ନିଜସ୍ୱ ମନେ କରିବେ ସେନେଇ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ ଏବଂ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ପ୍ରମୁଖ ମିଳିତ ସହଯୋଗରେ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଯାହାକି ଉକ୍ତ ପର୍ଯ୍ୟଟନ ସ୍ଥଳୀ କୁ ବୁଲିବା କୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରଥମେ ହୋଇଥିବା ତନଖି ଫାଟକ ରେ ପର୍ଯ୍ୟଟନ ସ୍ଥଳୀ କୁ ପ୍ରବେଶ କରିବା ପାଇଁ ଗାଡ଼ି ପିଛା ଟଙ୍କା ଦେବା ଯେଉଁ ବ୍ୟବସ୍ଥା ହୋଇଛି । ସେହିଠି ହିଁ ନିଜ ଗାଡ଼ି ପାଇଁ
ଯାହା ଟଙ୍କା ଦେବେ ତାଠାରୁ ଅଧିକ ୨୦୦/- ଟଙ୍କା ଅଧିକ ଦେବା ପାଇଁ ଧାର୍ଯ୍ୟ କରାଯାଇଛି । ଏହି ସମୟରେ ପର୍ଯ୍ୟଟକ ଙ୍କ ଠାରୁ ତନଖି ଫାଟକ ରେ ଥିବା ସ୍ୱଂୟ ସହାୟକ ମହିଳା ସଦସ୍ୟ ମାନେ ଉକ୍ତ ଅର୍ଥ ଗ୍ରହଣ କରିବା ସହ ଏକ ଜରି ବ୍ୟାଗ୍ ପ୍ରଦାନ କରିବେ । ଯେଉଁଥିରେ କି ପର୍ଯ୍ୟଟକ ମାନେ ଦେଓମାଳି ବୁଲିବା ସମୟରେ ନିଜେ ଯାହା ବ୍ୟବହାର କରି ବାହାରେ ଫିଙ୍ଗି ଥାନ୍ତେ ସେହି ଅନାବଶ୍ୟକ ବ୍ୟବହାର ସାମଗ୍ରୀ ଯଥା ଜରି , ଖାଲି ପାଣି ବୋତଲ ସହ ଅନ୍ୟାନ୍ୟ ସାମଗ୍ରୀ କୁ ତନଖି ଫାଟକ ରେ ମହିଳା ସଦସ୍ୟ ଙ୍କ ଠାରୁ ଗ୍ରହଣ କରିଥିବା ଉକ୍ତ ଜରି ବ୍ୟାଗ୍ ରେ ଭରି କରି ପର୍ଯ୍ୟଟନ ସ୍ଥଳୀ ରୁ ଫେରିବା ସମୟରେ ଭରି କରି ଆଣିଥିବା ନିଜର ଅନାବଶ୍ୟକ ସାମଗ୍ରୀ କୁ ମହିଳା ମାନଙ୍କୁ ପ୍ରଦାନ କରି ଦେଇଥିବା ୨୦୦/- ଟଙ୍କା ଫେରସ୍ତ ଭାବେ ଗ୍ରହଣ କରିବା ନିମନ୍ତେ ବ୍ୟବସ୍ଥା ହୋଇଛି । ଯାହାକି ଏହିପରି କରିବା ଉଦେଶ୍ୟ ହେଲା ଦେଓମାଳି କୁ ବୁଲିବା କୁ ଆସୁଥିବା ପର୍ଯ୍ୟଟକ ମାନେ ପର୍ଯ୍ୟଟନ ସ୍ଥଳୀ ସଫା ରଖିବା ନିଜର ଦାଇତ୍ଵ ବୋଲି ନିଜ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିବା ଏହା ହେଉଛି ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ଙ୍କ ଉଦେଶ୍ୟ ରେ ସୂଚନା ପ୍ରଦାନ କରାଯାଇଛି । ତେଣୁ ଏହିପରି ଅଭିନବ ପ୍ରୟାସ ପାଇଁ ପର୍ଯ୍ୟଟକ ମାନେ ନିହାତି ସହଯୋଗ କରିବା ଆବଶ୍ୟକ ରହିଛି । ଯେହେତୁ ଉକ୍ତ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକ ଙ୍କ ନିଜସ୍ୱ ସମ୍ପତ୍ତି ବୋଲି ଅନୁଭବ କରିବା ଜରୁରୀ ଅଟେ ବୋଲି ଉପରୋକ୍ତ ଦୁଇ ଅଧିକାରୀ ମତ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବ୍ଲକ ପ୍ରଶାସନ ର ଏହିପରି ଅଭିନବ ପ୍ରୟାସ କୁ କୋଟିଆ ପଞ୍ଚାୟତ ର ସମସ୍ତ ସ୍ୱଂୟ ସହାୟକ ମହିଳା ସଦସ୍ୟ ଏହା ସ୍ୱାଗତ ଯୋଗ୍ୟ ପ୍ରୟାସ ବୋଲି ମତପ୍ରକାଶ କରିବା ସହ ଆମେ ମଧ୍ୟ ଏହି ପ୍ରୟାସ ରେ ନିଜେ ନିଜର ସହଯୋଗ ହାତ ବଡ଼ାଇବୁ ବୋଲି ପ୍ରକାଶ କରିଛନ୍ତି । ଏହି ସମୟରେ ବ୍ଲକ କାର୍ଯ୍ୟାଳୟର ବିଏସଏସଓ ସୁଧିର ସାହୁ , ଏଇଇ ବିଶ୍ୱ ନାଥ ମାଦଲି  , କନିଷ୍ଠ ଯନ୍ତ୍ରୀ ତରୁଣ ନାୟକ , ଏପିଓ ସୈମେନ୍ଦ୍ର ନାୟକ , ପିଇଓ ଦିବାକର ପୁରୋହିତ , କଣ୍ଡା ଗୋଲରି ପ୍ରମୁଖ ଙ୍କ ସମେତ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ରହି ଉକ୍ତ ଅଭିନବ ପ୍ରୟାସ କୁ ପର୍ଯ୍ୟଟକ ଙ୍କ ନିକଟରେ ପହଞ୍ଚାଇବା ପାଇଁ ସହଯୋଗ କରିଥିଲେ ।