Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ କ୍ରୀଡ଼ା ଓ ଯୁବବ୍ୟାପର ରାଷ୍ଟ୍ର ମନ୍ତ୍ରୀଙ୍କ ଗଜପତି ଗ୍ରସ୍ତ: ଆକାଂକ୍ଷା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା

ପାରଳାଖେମୁଣ୍ଡି:୯/୧(ଗରୁଡ଼ ଧ୍ୱଜ ଚୌଧୁରୀ)କେନ୍ଦ୍ରୀୟ କ୍ରୀଡ଼ା ଓ ଯୁବବ୍ୟାପର ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ରକ୍ଷ ନିଖିଲ ଖଡସେ ଗୁରୁବାର ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସମୀକ୍ଷା କରିଛନ୍ତି। ଆକାଂକ୍ଷା ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ଠାରେ କାର୍ଯ୍ୟକାରୀ ହେଉଥିବା ରବର କମ୍ପାନୀ ଓ ରବର ଚାଷ କାର୍ଯ୍ୟକୁ ବୁଲି ଦେଖିବା ସହ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ପଚାରି ବୁଝିଥିଲେ। ସେହିପରି ରତଙ୍ଗଡ଼ା ର ଆୟୁଷ୍ମାନ ଆରୋଗ୍ୟ ସ୍ବାସ୍ଥ୍ୟ ଉପକେନ୍ଦ୍ର, ସମ୍ମନ୍ଵିତ ଶିଶୁ ବିକାଶ ବିଭାଗର ଆମ ଅଙ୍ଗନୱାଡି କେନ୍ଦ୍ର ଅନୁକୁଣ୍ଡାଗୁଡା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁଷ୍ଟି ପୁନର୍ବାସ କେନ୍ଦ୍ର ଇତ୍ୟାଦି କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଖଡସେ ପରିଦର୍ଶନ କରି କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକ ଦେଖି ଖୁସିବ୍ୟକ୍ତ ହୋଇଥିଲେ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗଜପତି ଜିଲ୍ଲାର ବିକାଶ ଆଗେଇ ଚାଲିଛି। ଆହୁରି ଅଧିକରୁ ଅଧିକ ଜିଲ୍ଲାକୁ ବିକାଶ କରିବା ପାଇଁ କିଭଳୀ କାର୍ଯ୍ୟ କରାଯିବ ସେ ନେଇ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି। ସେହିପରି କେନ୍ଦ୍ର ମନ୍ତ୍ରୀ ଶିକ୍ଷା, ସ୍ବାସ୍ଥ୍ୟ ଓ ପୋଷଣ, କୃଷି, ଜଳ ସମ୍ପଦ ଆର୍ଥିକ ଅନ୍ତର୍ଭୁକ୍ତକରଣ ଓ ଦକ୍ଷତା ବୃଦ୍ଧି ଓ ମୌଳିକ ଆବଶ୍ୟକତା ପୁରଣ ଭଳି ୫ଟି କ୍ଷେତ୍ରରେ ମାପ ଦଣ୍ଡକୁ ଆଧାର କରି ନୀତି ଆୟୋଗ ପକ୍ଷରୁ କାର୍ଯ୍ୟକାରି ହେଉଥିବା ବିକାଶ ମୂଳକ ଯୋଜନା ଗୁଡ଼ିକ କୁ ସମୀକ୍ଷା କରିଥିଲେ। ଏତଦ୍ ବ୍ୟତୀତ ପିଏମ୍ ଜନମନ ଆବାସ ପ୍ରକଳ୍ପ, ମନରେଗା , ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ପରିମଳ ପ୍ରକଳ୍ପ, ଆୟୁଷ୍ମାନ ଭାରତ ଆଦି କାର୍ଯ୍ୟକ୍ରମ ଓ ଆଦିବାସୀ ଓ ପିଭିଟିଜି ପାରିବାର ଗୁଡ଼ିକର ସଶକ୍ତିକରଣ ଯୋଜନାର ମଧ୍ଯ ସମୀକ୍ଷା କରାଯାଇଥିଲା।
ଆଜିର ଏହି ସମୀକ୍ଷା ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରୁପଶ କୁମାର ପାଣିଗ୍ରାହୀ ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଡ଼. ଗୁଣନିଧି ନାୟକ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା, ପ୍ରକଳ୍ପ ପ୍ରଶାସକ,ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ସମେତ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା, ପାରଳାଖେମୁଣ୍ଡି ପୌର ପରିଷଦ ଓ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories