Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଚନାଙ୍କ ମୃତ୍ୟୁ ଘଟଣା ର କ୍ରାଇମ ବ୍ରାଞ୍ଚ ଦାବୀ କଲେ  ସେମିଲିଗୁଡା ପୋଲିସ ର କାର୍ଯ୍ୟାନୁଷ୍ଠାନ ଉପରେ ଭରସା ନାହିଁ… ସେମିଲିଗୁଡା ଆଇଆଇସି ଙ୍କୁ ବହିଷ୍କାର ଦାବୀ କଲେ ନେତା

ଲକ୍ଷ୍ମୀପୁର,୯/୧ . କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ ବେଉରାଗୁଡା ଠାରେ ଜାନୁୟାରୀ ମାସ ୩ତାରିଖ ଦିନ ରଚନା ର ରହସ୍ୟ ଜନକ ମୃତ୍ୟୁ ରେ ପରିବାର ଲୋକେ ସେମିଲିଗୁଡା ପୋଲିସ ର କାର୍ଯ୍ୟାନୁଷ୍ଠାନ କୁ ନେଇଁ କ୍ଷବ୍ଧ ହୋଇଯାଇଥିବା ବେଳେ  ପୋଲିସ ଉପରେ ଭରସା ତୁଟି ଯାଇଥିବା କହିଛନ୍ତି।ପରିବାର ଲୋକେ ଗୁରୁବାର ଦିନ ଲକ୍ଷ୍ମୀପୁର ଠାରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଏକ ସୁଚିନ୍ତିତ ହତ୍ୟା କାଣ୍ଡ ତେଣୁ ଏହାର କ୍ରାଇମ ବ୍ରାଞ୍ଚ ଦାବୀ କରିଛନ୍ତି ପରିବାର ଲୋକେ ଓ ସର୍ବଦଳୀୟ ନେତା।ସାମ୍ବାଦିକ ସମ୍ମିଳନୀରେ ପରିବାର ଲୋକେ ଝିଅ ରଚନାକୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ, ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି କହିଛନ୍ତି, ଝିଅକୁ ନ୍ୟାୟ ମିଳୁ ଏବଂ ହତ୍ୟା କରିଥିବା ପରିବାରକୁ ଦଣ୍ଡ ମିଳୁ,ସିମିଳିଗୁଡା ପୋଲିସ ଉପରେ ଆମର ବିଶ୍ୱାସ ନାହିଁ ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି କହିଛନ୍ତି। ସିମିଳିଗୁଡା ଥାନା ଆଇଆଇସିଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ପରିବାର ।ଆଇଆଇସି  ନିରପେକ୍ଷ ତଦନ୍ତ ନକରି ହତ୍ୟା କାରୀଙ୍କ ପରିବାର ସଦସ୍ୟ ଙ୍କୁ ସହଯୋଗ କରୁଛନ୍ତି ବୋଲି କହିଛନ୍ତି, ଏପରିକି ସେମାନଙ୍କୁ  ଆଇଆଇସି ଧମକ ଦେଇଥିବା ଅଭିଯୋଗ କରିଛନ୍ତି।ଆଇଆଇସି ଚାହିଁଲେ ବେଉରା ଗୁଡା ଲୋକଙ୍କୁ ଡାକି ସମସ୍ତଙ୍କୁ ମାଡ଼ ମାରିବା ସହିତ ହାତ ଗୋଡ଼ ଭାଙ୍ଗି ଦେବେ ଓ କୌଣସି ନେତା ମନ୍ତ୍ରୀ କିମ୍ବା ଆଇଜି, ଡିଆଇଜି,ଏସପି ମୋର କିଛି କରି ପାରିବେ ନାହିଁ ବୋଲି ଆଇଆଇସି କହିଥିବାର ପରିବାର ଲୋକେ କହିଛନ୍ତି। ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା କୁ ନେଇ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ନେତା ଏହାକୁ ରାଜ ନୈତିକଙ୍କ ଅପମାନ ବୋଲି ନିନ୍ଦା କରିଛନ୍ତି।ଏପରି ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ସର୍ବଦଳୀୟ ନେତା। ଡିଆଇଜି ଏବଂ ଏସପି ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବେ,ଏପରି ଆଇଆଇସି ଙ୍କ ବ୍ୟବହାର ଦୁଃଖ ଦାୟକ,ଯଦି   ଆଇଆଇସି ଲୋକଙ୍କୁ ଖରାପ ବ୍ୟବହାର କରନ୍ତି ତାହେଲେ ଲୋକେ କିପରି ପୋଲିସ ଉପରେ ବିଶ୍ୱାସ କରିବେ  ଯଦି ଆଇଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନ ଯାଏ ଆଗାମୀ ଦିନରେ ରାଜ ରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ନେତାମାନେ କହିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା,ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା,ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା, ପୂର୍ବତନ ସାଂସଦ ଝିନ ହିକକା,ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ବିଜେପି ନେତା ନକୁଳ ବିଶୋଇ,ମନଜ ସାହୁ,କଂଗ୍ରେସ ଯୁବ ସଭାପତି ମଣ୍ଟି ଖରା ,ଏବଂ ଲକ୍ଷ୍ମୀପୁର ଅଞ୍ଚଳ  ବୁଦ୍ଧିଜୀବି ଏବଂ ପରିବାର ଲୋକେ ଉପସ୍ଥିତ ରହି ଥିଲେ।ଏନେଇଁ ସିମିଳିଗୁଡା ଆଇଆଇସି ସଚିନ୍ଦ୍ର ପ୍ରଧାନଙ୍କୁ ଫୋନ ମାଧ୍ୟମରେ ପ୍ରତିକ୍ରିୟା ନିଆଯାଇଥିଲା,ସେ ପ୍ରତୀକ୍ରିୟାରେ କହିଛନ୍ତି ତାଙ୍କ  ପରିବାର ଓ  ଝିଅକୁ ଆକ୍ଷେପ କରିଥିଲେ ରଚନା ଙ୍କ ପରିବାର ଲୋକେ ଏବଂ ଘର ଦ୍ୱାରା ଭାଙ୍ଗି ଦେବୁ ଗାଡି ଜଳେଇ ଦେବୁ ଏବଂ ପୋଲିସକୁ ମାରିଲେ ମଧ୍ୟ  ୫ଦିନରେ ଜାମିନ ରେ ବାହାରି ଯିବୁ ବୋଲି କହୁଥିଲେ।ଯାହା ଫଳରେ ତାଙ୍କ ଜୀବନ ପ୍ରତି ବିପଦ ଥିଲା।ତେଣୁ ବେହେରା ଗୁଡା ଲୋକଙ୍କୁ ସାହାଯ୍ୟ ମାଗିଥିଲି ବୋଲି କହିଛନ୍ତି।