Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସବୁଜ ଭାରତ ସଂଗଠନ ପକ୍ଷରୁ ବୃଦ୍ଧାଙ୍କୁ ଶୀତ ବସ୍ତ୍ର ପ୍ରଦାନ

ସବୁଜ ଭାରତ ସଂଗଠନ ପକ୍ଷରୁ ବୃଦ୍ଧାଙ୍କୁ ଶୀତ ବସ୍ତ୍ର ପ୍ରଦାନ
ଲକ୍ଷ୍ମୀପୁର, ୧୨/୦୧ ଇମିସ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ସବୁଜ ଭାରତ ସଂଗଠନ ପକ୍ଷରୁ ବୃଦ୍ଧା ମାନଙ୍କୁ କମ୍ବଳ ପ୍ରଦାନ କରାଯାଇଛି। ରବିବାର ବ୍ଲକ ସଦରମହକୁମା ର ଆଦିବାସୀ ସାହିରେ ୧୨ ଜଣ ବୃଦ୍ଧାଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଗୋପେଶ୍ଵର ଗରଡ଼ାଙ୍କ ସହିତ ସଦସ୍ଯ ହେମନ୍ତ ମହାନନ୍ଦିଆ ଓ ସୁବାଶ ମାଝି ଉପସ୍ଥିତ ରହି ଏହା ପ୍ରଦାନ କରିଥିଲେ। ସବୁଜ ଭାରତ ସଂଗଠନ ପକ୍ଷରୁ ଲକ୍ଷ୍ମୀପୁର ସଦର ମହକୁମା ରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ରାସ୍ତା କଡ଼ ସହିତ ଦେବାଳୟ ନିକଟରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇ ସେଗୁଡିକର ଯତ୍ନ ନିଆଯାଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି। ସେହିପରି ଓଡ଼ିଆ ଭାଷାର ବିକାଶ ପାଇଁ କୋରାପୁଟ ଜିଲାର ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଗ୍ରାମ ସମେତ ବିଭିନ୍ନ ବ୍ଲକରେ ସଂଗଠନର ସଭାପତି ଶ୍ରୀ ଗରଡ଼ାଙ୍କ ତରଫରୁ ବର୍ଣ୍ଣବୋଧ ବହି ସହିତ ଖାତା ଓ ଲିଖନ ସାମଗ୍ରୀ ବଣ୍ଟନ କରାଯାଉଛି।ସମ୍ବାଦ ଆମ ଓଡିଶା ସହ ଯୋଡ଼ିତ ହୋଇ ଗୋପେଶ୍ୱର ବିଭିନ୍ନ ଜନହିତକର କାର୍ଯ୍ୟ ରେ ସେ ସାମିଲ ହେଉଥିବା ବେଳେ ବୃକ୍ଷ ରୋପଣ ଉପରେ ସବୁବେଳେ ଗୁରୁତ୍ୱ ଦେବା ସହ ତାଙ୍କ ଚାକିରୀ ର ଅନେକ ଟଙ୍କା ଖର୍ଚ୍ଚ ପରିବେଶ ସୁରକ୍ଷା ଉପରେ ଖର୍ଚ୍ଚ କରିଥାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ