Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳ ଏବଂ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଜମନକିରା : ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ସିଦ୍ଧେଶ୍ୱର ବାଲିରାମ ବୋଣ୍ଡାର ଏବଂ ଏସପି ମୁକେଶ କୁମାର ଭାମୁ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଗୋଷ୍ଠିଗତ ଭାବେ ୨୮ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ବ୍ୟକ୍ତିଗତ ଭାବେ ୨୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ପଞ୍ଜିକୃତ ହୋଇଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ଅନେକ ଅଭିଯୋଗ ଆଜି ଜିଲ୍ଲାପାଳ ବିଭିନ୍ନ ବିଭାଗ କୁ ସମାଧାନ ପାଇଁ ନିର୍ଦ୍ଦେଶ କରିଥିଲେ। ଏହି ଶିବିରକୁ ଭୋଜପୁର ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ବଡରମା ବୈଶ୍ନୋଦେବି ମହିଳା ସ୍ଵୟଂ ଗୋଷ୍ଠୀ, ଜମନକିରା ପାର୍ବତୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମା” ମାନେ ନିଜସ୍ୱ ଦ୍ଵାରା ପ୍ରସ୍ତୁତ କରିଥିବା ଖାଦ୍ୟ ସାମଗ୍ରୀ କୁ ପ୍ରଦର୍ଶିତ କରି ଅଧିକାରୀ ମାନଙ୍କୁ ଦେଖେଇବା ସହ ସାମଗ୍ରୀ ର ବିଭିନ୍ନ ଉପାଦେୟତା ଉପରେ ବୁଝାଇଥିଲେ। ଆଜିର ଶୁଣାଣିରେ ମୁଖ୍ୟତଃ ଜାତୀୟ ରାଜପଥ ବାଇପାସ୍ ଉଭୟ ସଂଯୋଗ ସ୍ଥାନରେ ଗୋଲେଇ ଛକ ସହ ହାଇମାକ୍ସ ଲାଇଟ ଏବଂ ଗ୍ଲୋ ବୋର୍ଡ ଲଗେଇବା ପାଇଁ ଲୋକେ ଦାବି କରିଥିଲେ। ଫାଶିମାଲ୍ ପଞ୍ଚାୟତ ରେ ଦୁଇଟି କାମ ୧୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିବା ବେଳେ ଦୀର୍ଘ ଦିନରୁ କାମ ହୋଇ ନଥିବା ଯୋଗୁଁ ଶୀଘ୍ର କରିବା ପାଇଁ ଜିଲ୍ଲାପାଳ ଜମନକିରା ବ୍ଲକରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ବିଡ଼ିଓ ଙ୍କୁ ନିଦ୍ଧେର୍ଶ କରିଥିଲେ। ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ ପାତ୍ର, ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ହରେକୃଷ୍ଣ ବାରିହା, ଆଇଆଇସି ପଦ୍ମାଳୟା ସାହୁଙ୍କ ସମେତ ବିଭିନ୍ନ ଲାଇନ୍ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।