Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମାଣ୍ଡି ର ପୂର୍ବତନ ସରପଞ୍ଚ ଙ୍କ ହତ୍ୟା ଘଟଣା, ଦୀର୍ଘ ଦଶ ମାସ ପରେ ତିନିଜଣଙ୍କୁ ଗିରଫ କଲା ନାରାୟଣପାଟଣା ପୋଲିସ

ଲକ୍ଷ୍ମୀପୁର ୧୬/୦୧…ଦୀର୍ଘ ଦଶ ମାସ ପରେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତ ମାନଙ୍କୁ ଧରିବାରେ ନାରାୟଣପାଟଣା ପୋଲିସ ସଫଳ ହୋଇଛି I
ସୂଚନା ଯୋଗ୍ୟ ଯେ ଗତ ବର୍ଷ ୨୦୨୪ ମାର୍ଚ୍ଚ 14 ତାରିଖରେ
କୋରାପୁଟ ଜିଲ୍ଲାର ନାରାୟଣପାଟଣା ଥାନା ଅନ୍ତର୍ଗତ ତଳ ଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗି (୩୨)ଙ୍କ ମର ଶରୀର କୁ ଗାଁ ଠାରୁ ପ୍ରାୟ ତିନି କିଲୋମିଟର ଦୁର ଏକ ପାହାଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଗର୍ତ୍ତରୁ ଉଦ୍ଧାର କରିଥିଲା ପୋଲିସ I
ସମ୍ପର୍କୀୟ ଙ୍କ ଏତଲା କ୍ରମେ ଗତ ମାର୍ଚ୍ଚ ୧୪ତାରିଖ ରେ ସିଙ୍ଗୁରୁ ହଳ ଧରି ଜମିକୁ ଯାଇ ଆଉ ଫେରି ନ ଥିଲେ ଦିନ ତମାମ ପରିବାର ଲୋକେ ଖୋଜିକି ପାଇ ନ ଥିଲେ I ଜମି ଠାରୁ କିଛିଦୁର ରେ ଏକ ଗାତରେ ସିଂଗୁରୁଙ୍କ ମୃତ ଦେହ ଠାବ କରାଯାଇଥିଲା I ଗୋଡ଼ ଦୁଇଟି ବାହାରକୁ ଦିଶୁଥିବା ବେଳେ ଖୋଳିବା ପରେ ଚିହ୍ଣଟ କରିଥିଲେ ଗାଁ ଲୋକେ I ଅଭିଯୋଗ ପାଇବା ପରେ ସେତେବେଳେ ସାଇଣ୍ଟିଫିକ ଟୀମ ସହ ଗାଁ ଠାରୁ ପ୍ରାୟ ତିନିକିମି ଦୂର ରେ ମୃତ ଶରୀରକୁ ଏକ ଗାତ ରୁ ଉଦ୍ଧାର କରି ଏକ ହତ୍ୟା ମାମଲା ରୁଜୁ କରିଥିଲା ନାରାୟଣପାଟଣା ପୋଲିସ I ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରିରଖିଥିଲା ପୋଲିସ I
ଘଟଣା ଟି ଘଟିବାର ଦୀର୍ଘ ଦଶମାସ ପରେ ଆଜି ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ କୁ ସଫଳତା ମିଳିଥିଲା I ଜମିବିବାଦ କୁ ନେଇ ନିଜର ସମ୍ପର୍କୀୟ ମାନେ( ଭାଇ ଓ ପୁତୁରା ମାନେ ) ହିଁ ସିଙ୍ଗୁରୁ ଙ୍କୁ  ସଙ୍ଘବଧ ଭାବେ ତିନିଜଣ ମିଶି ଅତି ଜଘନ୍ୟ ଭାବେ ହତ୍ୟା କରିଥିବା
ତଦନ୍ତରୁ ଜାଣିବାକୁ ପାଇଥିବା ପୋଲିସ ସୂଚନା ଦେଇଛି I ଆଜି ଘଟଣା ସ୍ଥଳକୁ ଅଭିଯୁକ୍ତ ମାନଙ୍କୁ ନେଇ ସୀନ କ୍ରିଏସନ ପରେ ସିଙ୍ଗୁରୁକୁ କିପରି ହତ୍ୟାକରାଯାଇଥିଲା ପୋଲିସ ଜାଣିବାକୁ ପାଇଥିଲା Iଆସାମୀ ମାନଙ୍କୁ ପଚରା ଉଚରା କରିବା ପରେ ହତ୍ୟା କରିଥିବା ନେଇ ପୋଲିସ ନିକଟରେ ତିନି ଅଭିଯୁକ୍ତ ସ୍ଵୀକାର କରିଥିବା କୋରାପୁଟ ଅତିରିକ୍ତ ଏସପି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି I ସିଙ୍ଗୁରୁ ଙ୍କ ସମ୍ପର୍କୀୟ ମାନେ ଯଥା କେତୁ ତାଡିଙ୍ଗି, ମାସୁରୁ ତାଡିଙ୍ଗି ଓ କମିଟି ତାଡିଙ୍ଗି ହତ୍ୟା କରିଥିବା ନେଇ ପୋଲିସ ନିକଟରେ ସ୍ଵୀକାର କରିଥିବା ସୂଚନା ମିଳିଛି I ଏମାନଙ୍କୁ ଗିରଫ ପରେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଉଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି କୋରାପୁଟ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋବ୍ରତା ଶତପଥୀ । ସାମ୍ବାଦିକ ସମ୍ମିଳନି ରେ ନାରାୟପାଟଣା ଥାନା ଅଧିକାରୀ ପ୍ରମୋଦ ନାୟକ ଓ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ